ଭୁବନେଶ୍ବର: ରାଜ୍ୟରେ ଆଜି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ତିନି ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି ।
ତେବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ୍ ଅଫିସର ମଧୁମିତା ନାୟକଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ଏହାସହିତ ମଧୁମିତାଙ୍କୁ ଇଏସଆଇ ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।
ସେହିପରି, ଶ୍ରମ ଓ ଇଏସଆଇ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଅଶୋକ କୁମାର ପଣ୍ଡାଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଅଶୋକ କୁମାର ପଣ୍ଡା ଇଏସଆଇ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପାଟଣାଗଡ଼ର ପୂର୍ବତନ ଉପଜିଲ୍ଲାପାଳ ବରିଷ୍ଠ ଓଏଏସ୍ ଅମିତ କୁମାର ନାୟକଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଉପସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି ।