Latest Odisha News

BREAKING NEWS

ଘୋଡ଼ାରେ ବସି ନିଜ କର୍ତ୍ତବ୍ୟ କରୁଛନ୍ତି ଏହି ଇଞ୍ଜିନିୟର୍, କାହିଁକି ଜାଣନ୍ତୁ…

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଘୋଡାପିଠିରେ ବସି ରାସ୍ତାଘାଟ ମରାମତି କାର‌୍ୟ୍ୟ ତଦାରଖ କରୁଛନ୍ତି ଜଣେ ବ୍ୟକ୍ତି।

ସେ କୌଣସି ସାମନ୍ତ କିମ୍ବା ଜମିଦାର ନୁହଁନ୍ତି । ସମ୍ପୄକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ୪୧ ବର୍ଷୀୟ ପ୍ରଶାନ୍ତ କୁମାର ବେହେରା, ଯଏକି ମାଲକାନଗିରି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ । ସେ ଏହି ଦୁର୍ଗମ ଅଞ୍ଚଳରେ ଘୋଡା ପୀଠିରେ ବସି ଜିଲ୍ଲାର ପାଖାପାଖି ୧୦୦ ଗ୍ରାମାଞ୍ଚଳର ବିକାଶ ତଥା ରାସ୍ତା କାମର ତଦାରଖ କରୁଛନ୍ତି ।

ଏହି ଅଞ୍ଚଳରେ କୌଣସି ସଡକ ନାହିଁ । ଏପରିକି ପାହାଡିଆ ରାସ୍ତା ଦେଇ ଯାତାୟାତ କରିବା ପାଇଁ ଅନ୍ୟ କିଛି ବ୍ୟବସ୍ଥା ନାହିଁ । ଫଳରେ ଶ୍ରୀ ବେହେରା ଘୋଡାରେ ଯାଇ ଉକ୍ତ ଅଞ୍ଚଳରେ ହେଉଥିବା କାର‌୍ୟ୍ୟର ସର୍ଭେ କରୁଛନ୍ତି । ଆହୁରି ମଧ୍ୟ ଉକ୍ତ ଘୋଡାକୁ ଆଧିକାରିକ ଭାବେ ତାଙ୍କୁ ପ୍ରଦାନ କରାଯାଇନାହିଁ ବରଂ ଶ୍ରୀ ବେହେରା ଘୋଡାକୁ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ମାଗିକି ଆଣିଥାନ୍ତି । ଏହାବ୍ୟତିତ ସେ ଯେଉଁଦିନ ସନ୍ଧ୍ୟା ପୂର୍ବରୁ କାମ ସାରିନପାରିନ୍ତି, ସେହି ଦିନ ସ୍ଥାନୀୟ ଗ୍ରାମବାସୀଙ୍କ ଘରେ ରାତ୍ରିଯାପନ କରିଥାଆନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମବାସୀମାନେ ମଧ୍ୟ ଖୁବ୍ ଆନନ୍ଦର ସହ ତାଙ୍କର ସତ୍କାର କରିଥାନ୍ତି ।

ବାଲିମେଳା ଜଳଭଣ୍ଡାରରୁ ବିଚ୍ଛିନ୍ନ ହୋଇଥିବା ପାଖାପାଖି ୧୦୦ଟି ଗ୍ରାମକୁ ଯାତାୟାତ ପାଇଁ ସଡକପଥ ନାହିଁ । ଗତ ୨୦୧୮ ମସିହା ଜୁଲାଇ ୨୬ ତାରିଖରେ ଗୁରୁପ୍ରିୟା ସେତୁ ଉଦଘାଟନ୍ ହୋଇଥିବା ବେଳେ ବିଚ୍ଛିନ୍ନାଞ୍ଚଳ ଗୁଡିକୁ ସ୍ୱାଭିମାନ ଅଞ୍ଚଳ ରୂପେ ଘୋଷଣା କରାଯାଇଥିଲା ।

ବର୍ତ୍ତମାନ ସମୟରେ ଉକ୍ତ ୧୦୦ଟି ଗ୍ରାମକୁ ଯୋଗାଯୋଗ ବ୍ୟବସ୍ଥା ପ୍ରଦାନ କରିବା ଲାଗି ଓଡିଶା ସରକାର ଗ୍ରାମ୍ୟ ସଡକ ଯୋଜନା ଓ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧିନରେ ରାସ୍ତା ନିର୍ମାଣ କାର‌୍ୟ୍ୟ ଜାରି ରହିଛି । କିନ୍ତୁ ଏହି ସ୍ଥାନରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ସୁରକ୍ଷା ।

ତେବେ ସେ କୌଣସି ବାଧାର ଶିକାର ହୋଇନାହାଁନ୍ତି ବୋଲି କୁହନ୍ତି ପ୍ରଶାନ୍ତ।

ଜଣେ କନିଷ୍ଠ ଯନ୍ତ୍ରୀ ଭାବେ ପ୍ରଶାନ୍ତ ଯେ କେବଳ ରାସ୍ତାଘାଟ କାମକୁ ତଦାରଖ କରୁଛନ୍ତି ତାନୁହେଁ ଏଥିସହିତ ସେ କମ୍ବଳ, ପେଷାକ ଓ ଖାଦ୍ୟ ପଦାର୍ଥକୁ ଉକ୍ତ ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ଦେଉଛନ୍ତି।

ତାଙ୍କର ଏଭଳି କାମକୁ ଅଞ୍ଚଳବାସୀ ପ୍ରଶଂସା କରୁଥିବାବେଳେ ପ୍ରଶାନ୍ତଙ୍କ ଘୋଡାଯାତ୍ରା ଖୁବ୍ ଚର୍ଚ୍ଚାରେ ରହିଛି।

Leave A Reply

Your email address will not be published.