ଆଡିଲେଡ: ଅଷ୍ଟ୍ରେଲିଆର ପେସ ବୋଲର ଜୋଶ ହାଜେଲଉଡ ଭାରତ ବିପକ୍ଷ ଆଡିଲେଡ ଟେଷ୍ଟରୁ ଓହରି ଯାଇଛନ୍ତି । ଯାହା ଭାରତକୁ ପରୋକ୍ଷରେ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ତାଙ୍କ ପେଟର ବାମ ଭାଗ ଯନ୍ତ୍ରଣା ହେବାରୁ ସେ ଏହି ନିଷ୍ପତି ନେଇଛନ୍ତି । ତାଙ୍କ ସ୍ଥାନରେ ସିନ ଆବୋଟ୍ଟ ଓ ବ୍ରେଣ୍ଡନ ଡୋଗେଟଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯାଇଛି । ପର୍ଥ ଟେଷ୍ଟରେ ହାଜେଲଉଡ ୫ଟି ୱିକେଟ ଅକ୍ତିଆର କରିଥିଲେ । ଅଲରାଉଣ୍ଡର ମିଚେଲ ମାର୍ଶ ମଧ୍ୟ ଆଘାତ ସମସ୍ୟାରୁ ପଡିଥିବାରୁ ତାଙ୍କ ଖେଳିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ବର୍ଡର-ଗାଭାସ୍କର ଟ୍ରଫିର ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ଟେଷ୍ଟରେ ୨୯୫ ରନରେ ବୃହତ ବିଜୟ ହାସଲ କରି ୧-୦ର ଅଗ୍ରଣୀ ହାସଲ କରିିଛି ।
ଡିସେମ୍ବର ୬ରୁ ଆଡିଲେଡ ଟେଷ୍ଟ ଖେଳାଯିବ । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ ବର୍ଡର କହିଛନ୍ତି ବିରାଟ କୋହଲିଙ୍କୁ ଫର୍ମକୁ ଫେରିବା ସୁଯୋଗ ଦେଇ ଆମ ବୋଲରମାନେ ବଡ ଭୁଲ କରିଛନ୍ତି । ଏପରିକି ସେ ସେମାନେ ସିରିଜ ହାତଛଡା କରିବା ସୁଯୋଗ ମଧ୍ୟ ସୃଷ୍ଟି କରିଛନ୍ତି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତ ୩ରୁ ୪ ମ୍ୟାଚ ଜିତିବାକୁ ପଡିବ । ଭାରତ ପ୍ରଥମ ଟେଷ୍ଟରେ ବିଜୟ ହାସଲ କରି ବିପକ୍ଷ ଦଳକୁ ଚାପରେ ପକାଇବା ସୁଯୋଗ ସୃଷ୍ଟି କରିଛି ।