ଲକ୍ଷ୍ନୌ: ଗାଜିୟାବାଦରେ ୩୧ ବର୍ଷ ପରେ ଘରକୁ ପ୍ରତ୍ୟାବର୍ତନ କରିଥିବା ଭୀମ ସିଂ ଘଟଣା ବେଶ ଚର୍ଚ୍ଚାର କାରଣ ସାଜିଥିଲା । ଏବେ କିନ୍ତୁ ଭୀମ ସିଂ ଓରଫ ରାଜୁ ନକଲି ବୋଲି ଜଣାପଡିଛନ୍ତି । କିଛି ଦିନ ତଳେ ଗାଜିୟାବାଦ ଥାନାରେ ଜଣେ ୩୧ ବର୍ଷୀୟ ଯୁବକ ପଂହଚି କହିଥିଲେ ଯେ, ତାଙ୍କୁ ରାଜସ୍ଥାନରେ ବନ୍ଧକ ଭାବେ ରଖା ଯାଇଥିଲା । ସେଠାରୁ ବହୁ କଷ୍ଟରେ ଖସି ମୁଁ ଆସିଛି ବୋଲି କହିଥିଲେ । ଯେଉଁ ପରିବାରର କଥା ସେ କହିଥିଲେ ସେମାନଙ୍କ ପୁଅ ହଜି ଯାଇଥିଲା । ପୁଅକୁ ପାଇ ସେମାନେ ଖୁସି ହୋଇ ପଡିଥିଲେ । ତେବେ ଏହି ଖୁସି ବେଶୀ ଦିନ ରହି ନ ଥିଲା । ଏବେ ଭୀମ ସିଂ ତାଙ୍କ ପୁଅ ନୁହନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଇତି ମଧ୍ୟରେ ଡେରାଡୁନର ଏକ ପରିବାର ମୋନୁ ଶର୍ମା (ଭୀମ ସିଂ ଓରଫ ରାଜୁ)ଙ୍କୁ ତାଙ୍କ ପୁଅ ବୋଲି ଦାବୀ କରିଛନ୍ତି ।
ଡେରାଡୁନ ଓ ଗାଜିୟାବାଦ ପୋଲିସ ମିଳିତ ଭାବେ ଏହି ଘଟଣାର ତଦନ୍ତ କରୁଛନ୍ତି । ଘରକୁ ଫେରିବା ପରେ ରାଜୁର ବ୍ୟବହାର ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା । ଦିନଯାକ କାହା ସହିତ କଥା ନ ହୋଇ ସେ ଟିଭି ଦେଖି ସମୟ କାଟୁଥିଲା । ତାର ବ୍ୟବହାର ଲୁଚିଲା ପରି ଅନୂଭବ ହେଉଥିଲା । ସେହିପରି ପିଲା ବେଳର ବାର୍ଥ ମାର୍କ ଦେଖିବାକୁ ପାଇ ନ ଥିଲୁ । ଆମ ପୁଅ ସିଧା ହାତରେ କାର୍ଯ୍ୟ କରୁଥିବା ବେଳେ ରାଜୁ ଓଲଟା ହାତରେ କାମ କରୁଥିଲା । ଏହି ସବୁ ଦେଖିବା ପରେ ଆମେ ପୋଲିସ ନିକଟରେ ଅଭିଯୋଗ କରିବା ସହ ଡିଏନଏ ଟେଷ୍ଟ ପାଇଁ ମଧ୍ୟ ଦାବୀ କରିଛୁ ବୋଲି ପରିବାର ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଆଉ ୨/୩ଟି କେସ ଏ ଭଳି ଘଟିଥିବାରୁ ଏହା କୌଣସି ଏକ ଗ୍ୟାଙ୍ଗର କାମ ବୋଲି ପୋଲିସ ମନରେ ସନ୍ଦେହ ସୃଷ୍ଟି ହୋଇଛି । ହଜି ଯାଇଥିବା ପିଲାର ପରିବାରକୁ ସେମାନେ ଟାର୍ଗେଟ କରୁଥିବା ଆଶଙ୍କା କରାଯାଉଛି ।
Comments are closed.