Latest Odisha News

BREAKING NEWS

Odisha’s Unique Diwali:ପୟାଶ୍ରାଦ୍ଧ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼;ବଡ଼ବଡ଼ୁଆଙ୍କୁ ଡାକିବେ ଭକ୍ତ

ଭୁବନେଶ୍ବର:ଆଜି ଆଲୋର ପର୍ବ ଦୀପାବଳି । ଏହି ପବିତ୍ର ଦୀପାବଳି ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼। କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବା ସହ ପୟାଶ୍ରାଦ୍ଧ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ସିଂହଦ୍ଵାର ନିକଟରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବା ପାଇଁ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଇଛି। ମାର୍କେଟ ଛକ ଠାରୁ ନୋ ଭେହିକିଲ ଜୋନ୍ କରାଯାଇଥିବା ବେଳେ ଶୃଙ୍ଖଳିତ ଭାବେ ଯାତାୟାତ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ନଜରରେ ରଖି ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ଉପରେ ରହିଛି ନଜର ।

ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସକାଳୁ ବଡ଼ ବଡୁଆ ଡାକୁଥିବା ଦେଖିବାକୁ ମିଳିଛି। ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡ଼ିଆ ଡାକିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ବର୍ଷସାରା ଯେଉଁମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିପାରିନଥାନ୍ତି, ସେମାନେ ଆଜି ଶ୍ରୀକ୍ଷେତ୍ରରେ ପିଣ୍ଡଦାନ କରିଥାନ୍ତି । ଏହାପରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ବଡ଼ୁଆଙ୍କୁ ଡାକିଥାନ୍ତି। ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାୟ ଦେବାର ପରମ୍ପରା ରହିଛି ।

ଏହି ପରମ୍ପରା ପାଳନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.