Latest Odisha News

୫ରେ ଆଉ ଏକ ଘୂର୍ଣ୍ଣିବଳୟ, ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓ ଉପକୂଳରେ ବର୍ଷିବ

ଭୁବନେଶ୍ବର: ତାମିଲନାଡୁ-ପୁଡୁଚେରୀ ଉପକୂଳରେ ବାତ୍ୟା ଫେଙ୍ଗାଲ ଶନିବାର ରାତିରେ ସ୍ଥଳଭାଗ ଛୁଇଁବା ପରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ପବନ ବୋହିବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ପୁଡୁଚେରୀରେ ଗତ ରାତିରେ ୪୪ ସେଣ୍ଟିମିଟର ବର୍ଷା ହୋଇଛି, ଯାହା ୩ ଦଶନ୍ଧି ମଧ୍ୟରେ ଏଭଳି ବର୍ଷା ହୋଇ ନ ଥିବା କହିଛନ୍ତି ସେଠାକାର ବରିଷ୍ଠ ନାଗରିକମାନେ ।

ବର୍ଷାଜଳ ଅନେକଙ୍କ ଘରେ ପଶିଥିବା ବେଳେ ରାସ୍ତାରେ ପାର୍କିଂ କରିଥିବା ଗାଡ଼ିଗୁଡ଼ିକ ଅଧା ବୁଡ଼ିଯାଇଛି । ଜୁଆଡେ ଦେଖିଲେ ଚାରିଆଡ ଜଳାର୍ଣ୍ଣବ ହୋଇଯାଇଛି । ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ସେନା ଯବାନଙ୍କୁ ନିୟୋଜିତ କରାଯାଇଛି ।

ତେବେ ଆସନ୍ତା ୫ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୁମାତ୍ରା ନିକଟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଘନୀଭୂତ ହେବ । ଏହା ଶ୍ରୀଲଙ୍କା କିମ୍ବା ତାମିଲନାଡୁ ଆଡେ ମୁହାଁଇବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପ୍ରଫେସର ସୁରେନଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଓଡିଶାର ଏହାର ପ୍ରଭାବ ସିଧାସଳକ ପଡିବନି, ସମ୍ଭବତଃ ତାପମାତ୍ରା ଅଧିକ ରହିବ । ଆସନ୍ତା ୪ରୁ୬ ଦକ୍ଷିଣ ଆଭ୍ୟନ୍ତରରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ କମିବ । ଏହି ମସୟ ମଧ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ । ସେହିପରି ଆଜି, ଆସନ୍ତା କାଲି ଓ ଆସନ୍ତା ୯ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ । ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ଆସନ୍ତା ୫ ଦିନ ଯାଏଁ ତାପମାତ୍ରା ଅପରିବର୍ତ୍ତିତ ରହିବ । ସେହିପରି ୫ରୁ୭ ତାରିଖ ମଧ୍ୟରେ କୁହୁଡି ହୋଇପାରେ ବୋଲି ସେ ଆକଳନ କରିଛନ୍ତି ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓ ଉପକୂଳରେ ଓ ୩ରୁ୪ ମଧ୍ୟରେ ଦକ୍ଷିଣ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଅନ୍ୟ ଜିଲ୍ଲା ଗୁଡିକରେ କୋହଲା ପାଗ ଲାଗିରହିବ । ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Leave A Reply

Your email address will not be published.