Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ବିସିସିଆଇର ନାଁ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ବିବାଦ ସରିବାର ନାମ ଧରୁନି । ଏହାର ସମାଧାନ ପାଇଁ ଆୟୋଜିତ ବୈଠକରେ ପାକିସ୍ତାନ କ୍ରିକେଟ ବୋର୍ଡ ହାଇବ୍ରିଡ ମଡେଲକୁ ନେଇ କେତେକ ସର୍ତ ରଖିଥିଲା । ଏବେ ବିଭିନ୍ନ ମିଡିଆ ରିପୋର୍ଟ ଅନୁସାରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପିସିବିର ସର୍ତକୁ ମାନିବାକୁ ପ୍ରସ୍ତୁତ ନୁହେଁ । ହାଇବ୍ରିଡ ମଡେଲ ଅଧୀନରେ ପରବର୍ତୀ ଭାରତ ବନାମ ପାକିସ୍ତାନ ମ୍ୟାଚକୁ କରିବା ପ୍ରସ୍ତାବକୁ ବିସିସିଆଇ ଅଗ୍ରାହ୍ୟ କରିଦେଇଛି । ପାକିସ୍ତାନ ଗଣମାଧ୍ୟମରେ କୁହାଯାଇଛି ଯେ, ପିସିବି କଥାରେ ବିସିସିଆଇ ରାଜି ହୋଇ ନାହିଁ । ପିସିବି ସର୍ତ ରଖିଥିଲା ଯେ, ଆଗାମୀ ୩ ବର୍ଷ ପାଇଁ ଆଇସିସି ଇଭେଂଟରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ନିରପେକ୍ଷ ଭେନ୍ୟୁରେ ଆୟୋଜିତ କରାଯାଉ ।

ଦୁବାଇକୁ ନିରପେକ୍ଷ ସ୍ଥାନ ଭାବେ ନାମିତ କରାଯାଇଥିଲା । ରବିବାର ଏବଂ ମଙ୍ଗଳବାର ୟୁଏଇରେ କାର୍ଯ୍ୟାଳୟ ବନ୍ଦ ଥିବା ବେଳେ ବିସିସିଆଇ ରବିବାର ଛୁଟି ଦର୍ଶାଇ କୌଣସି ନିଷ୍ପତି ନେଇନି । ଏହା ମଧ୍ୟରେ ଜୟ ଶାହ ଡିସେମ୍ବର ୨ରେ ଆଇସିିସି ଅଧ୍ୟକ୍ଷ ଭାବେ ପଦ ଗ୍ରହଣ କରିଛନ୍ତି । ବର୍ତମାନ ଚାମ୍ପିୟନ୍ସ ଟ୍ରଫି ନେଇ ସେ ନିଷ୍ପତି ନେବେ । ସୂଚନାଯୋଗ୍ୟ, ବିସିସିଆଇ ଏବେ ଆବଶ୍ୟକ ପଡିଲେ ଚାମ୍ପିୟନ୍ସ ଟ୍ରଫି ଆୟୋଜିତ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.