ତ୍ରିପୁରା: ବାଂଲାଦେଶୀଙ୍କୁ ନେଇ ତ୍ରିପୁରା ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ତ୍ରିପୁରାରେ ବାଂଲାଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ବାଂଲାଦେଶରେ ଭାରତୀୟ ପତାକାକୁ ଅପମାନ ଘଟଣାରେ ଅଲ ତ୍ରିପୁରା ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ ପକ୍ଷରୁ ବାଂଲାଦେଶୀ ପର୍ଯ୍ୟଟକଙ୍କୁ କୌଣସି ପ୍ରକାର ସେବା ପ୍ରଦାନ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ଆସୋସିଏସନ ପକ୍ଷରୁ ଏନେଇ ସୂଚନା ମଧ୍ଯ ଦିଆଯାଇଛି।
ସୋମବାର ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସଂଘର ସାଧାରଣ ସମ୍ପାଦକ ସୈକତ ବନ୍ଦୋପାଧ୍ୟାୟ କହିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି, “ଭାରତ ଏକ ଧର୍ମନିରପେକ୍ଷ ଦେଶ ଏବଂ ଆମେ ସମସ୍ତ ଧର୍ମକୁ ସମ୍ମାନ ଦେଉଛୁ। ଆମର ଜାତୀୟ ପତାକାକୁ ଅପମାନିତ କରାଯାଇଛି ଏବଂ ବାଂଲାଦେଶରେ ସଂଖ୍ୟାଲଘୁଙ୍କୁ ହଇରାଣ କରାଯାଉଛି। ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିଲେ ମଧ୍ଯ ବର୍ତ୍ତମାନ ଏହା ସୀମା ଅତିକ୍ରମ କରୁଛି।
Comments are closed.