Latest Odisha News

କେବଳ ଏହିମାନେ ଦେଇପାରିବେ ଫୋନ ଟାପିଂ ଅର୍ଡର, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ: ଏବେ ରାଜ୍ୟ ସ୍ତରରେ ପୋଲିସ ମହାନିର୍ଦ୍ଦେଶକ (ଆଇଜି) କିମ୍ବା ଏହା ଠାରୁ ଉଚ୍ଚ ପଦସ୍ଥ ଅଧିକାରୀ ହିଁ ଆପତକାଳୀନ ସ୍ଥିତିରେ ଫୋନ୍ ଇଣ୍ଟର୍ସ୍ପେଶନ କିମ୍ବା ଟାପିଂ ପାଇଁ ଆଦେଶ ଦେଇପାରିବେ । ଫୋନ୍ ଇଣ୍ଟରସେସ୍ପନ ପାଇଁ ସରକାର ଏହି ନୂତନ ନିୟମ ଜାରି କରିଛନ୍ତି ।

ନୂତନ ନିୟମ ଅନୁଯାୟୀ, ଦେଶର ସମସ୍ତ ରାଜ୍ୟ ସ୍ତରରେ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜି) ଏବଂ ଉଚ୍ଚ ପଦବୀର ଅଧିକାରୀମାନେ ଜରୁରୀକାଳୀନ ପରିସ୍ଥିତିରେ ଫୋନ୍ ଟାପିଂ ସମ୍ପର୍କରେ ନିର୍ଦ୍ଦେଶ ଜାରି କରିପାରିବେ । ନୂତନ ନିୟମ ଅନୁଯାୟୀ ଏହି ଅଧିକାରୀମାନଙ୍କୁ ସରକାରଙ୍କ ତରଫରୁ କ୍ଷମତା ଦିଆଯାଇଛି । ଟେଲିକମ୍ ବିଭାଗ ଦ୍ୱାରା ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ,ଅଧିକାରୀ ଯେଉଁ ଜରୁରୀକାଳୀନ ପରିସ୍ଥିତିରେ ଆଦେଶ ଜାରି କରନ୍ତି, ସେଥିମଧ୍ୟରୁ ସାତୋଟି କାର୍ଯ୍ୟଦିବସ ମଧ୍ୟରେ ଏପରି ନିର୍ଦ୍ଦେଶ ନିଶ୍ଚିତ କରିବା ଆବଶ୍ୟକ । ଯଦି ଅଧିକାରୀ ଏପରି ଆଦେଶ ନିଶ୍ଚିତ କରନ୍ତି ନାହିଁ, ତେବେ ଇଣ୍ଟରସେପ୍ଟ କରାଯାଇଥିବା ମେସେଜର ବ୍ୟବହାର କୌଣସି ଉଦ୍ଦେଶ୍ୟ ପାଇଁ କରାଯାଇପାରିବ ନାହିଁ।

 

Comments are closed.