Latest Odisha News

ରାଜ୍ୟରେ ଚିନି ଉତ୍ପାଦନ ଲାଭଦାୟକ ନୁହେଁ: ମନ୍ତ୍ରୀ

ଭୁବନେଶ୍ୱର: ଚିନି ଉତ୍ପାଦନ କ୍ଷେତ୍ରରେ ଓଡିଶାକୁ କୌଣସି ଲାଭ ହେଉନଥିବା ବୁଧବାର ଦିନ ବିଧାନସଭାରେ କହିଛିନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ ।

ଚିନିର ଉତ୍ପାଦନ ଖର୍ଚ୍ଚ ଏହାର ବିକ୍ରୟ ମୂଲ୍ୟଠାରୁ ଢେର ଅଧିକ ହେଉଥିବା କାରଣରୁ ରାଜ୍ୟ ସରକାର ଏଥିପାଇଁ କ୍ଷତି ସହୁଥିବା ଲିଖିତ ଭାବେ ମନ୍ତ୍ରୀ ଜଣାଇଛନ୍ତି ।

ରାଜ୍ୟରେ ଚିନି କିଲୋର ଉତ୍ପାଦନ ୪୭-୪୮ ଟଙ୍କା ମଧ୍ୟରେ ହେଉଥିବା ବେଳେ ବଜାରରେ ଏହା ୩୨ ଟଙ୍କାରେ ବିକ୍ରି ହେଉଥିବା ମନ୍ତ୍ରୀ କହିଛନ୍ତି ।

“ରାଜ୍ୟରେ ଥିବା ୮ ଟି ସୁଗାର ମିଲ ମଧ୍ୟରୁ ବର୍ତ୍ତମାନ ମାତ୍ର ୨ ଟି କାର୍ଯ୍ୟକ୍ଷମ ଥିବା ବେଳେ ବର୍ଷକୁ ଏଥିରୁ ୨.୨୧ ଲକ୍ଷ ମ୍ୟାଟ୍ରିକ ଟନ ଚିନି ଉତ୍ପାଦନ ହେଉଛି, ଯାହା ଆବଶ୍ୟକତା ଠାରୁ ଢେର କମ୍”।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ରାଜ୍ୟରେ ଚିନି ଉତ୍ପାଦନ କମ୍ ହେଉଥିବା କାରଣରୁ ପଡୋଶୀ ରାଜ୍ୟରୁ ଓଡିଶା ଚିନି ଆମଦାନୀ କରିବାକୁ ବାଧ୍ୟ ହେଉଛି ।

୬ ଟି ଖରାପ ହୋଇ ପଡିଥିବା ସୁଗାର ମିଲର ପୁନରୁଦ୍ଧାର ସମ୍ପର୍କରେ ସେ କହିଛନ୍ତି ଯେ, ରାଜ୍ୟ ସରକାର ଏହି ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ବିସ୍ତୃତ ଭାବେ ଏହାର ସର୍ଭେ ନିମନ୍ତେ ଏକ ଘରୋଇ ଏଜେନ୍ସିକୁ ନିଯୁକ୍ତ କରାଯାଇଥିବା ସେ କହିଛନ୍ତି ।

Comments are closed.