Latest Odisha News

BREAKING NEWS

ଛତିଶାନିଯୋଗ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ରତ୍ନଭଣ୍ଡାର ମରାମତିକୁ ଫୋକସ୍

ପୁରୀ: ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ। ଏଥିରେ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଆଲୋଚନା ହୋଇପାରେ। ଏହାସହ ଶ୍ରୀମନ୍ଦିରରେ ପୂଜା ନୀତି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ କିଭଳି ସହଳ କରାଯାଇ ପାରିବ ସେନେଇ ଆଲୋଚନା ହୋଇ ପରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହେବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ଛତିଶାନିଯୋଗ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରାଯିବ । ଆସନ୍ତା ୧୬ରୁ ଆରମ୍ଭ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ, ଜାନୁଆରୀ ୧୩ରେ ଶ୍ରୀମନ୍ଦିରରେ ଦେବାଭିଷେକ ପୂର୍ଣ୍ଣିମା ନୀତିନିର୍ଘଣ୍ଟ ଉପରେ ମଧ୍ୟ ଆଲୋଚନା ହେବ ।

ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ନୀତିନିର୍ଘଣ୍ଟ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ। ଏ ସଂକ୍ରାନ୍ତ ନୀତି ନିର୍ଘଣ୍ଟ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ରତ୍ନଭଣ୍ଡାର ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେଭଳି ଅସୁବିଧା ନହେବ ସେନେଇ ଆଲୋଚନା ହେବ। ରତ୍ନଭଣ୍ଡାର ମରାମତି ନେଇ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବା ସହ କେତେ ସମୟ ଏଏସଆଇ ରତ୍ନଭଣ୍ଡାର ମରାମତି କରିବେ ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ ।

Comments are closed.