Latest Odisha News

ପର୍ବତଠୁ ଉଚ୍ଚ ଭାରତ-ଋଷ ସମ୍ପର୍କ: ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଦିନ ମସ୍କୋରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସମୟରେ ଉଭୟ ନେତା ଦ୍ବିପାକ୍ଷିକ ଆଲୋଚନା ସହ ଦୁଇ ଦେଶ ମଧ୍ଯରେ ଥିବା ବିପୁଳ ସହଭାଗୀତାର ସମ୍ଭାବନା ରହିଥିବା ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ କହିଛନ୍ତି ଯେ ଆମ ଦେଶ ମଧ୍ୟରେ ବନ୍ଧୁତା ଉଚ୍ଚ ପର୍ବତଠାରୁ ଅଧିକ ଉଚ୍ଚ ଏବଂ ଗଭୀର ସମୁଦ୍ରଠାରୁ ମଧ୍ଯ ଗଭୀର ଅଟେ। ଭାରତ ସର୍ବଦା ଋଷର ବନ୍ଧୁ ହୋଇ ଛିଡା ହୋଇଛି ଏବଂ ଭବିଷ୍ୟତରେ ଏହି ସମ୍ପର୍କ ଜାରି ରହିବ।

ତେବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ରାଷ୍ଟ୍ରପତି ପୁଟିନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଅପରପକ୍ଷରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ତିନି ଦିନିଆ ଋଷିଆ ଗସ୍ତରେ ଅଛନ୍ତି।

 

 

Leave A Reply

Your email address will not be published.