Latest Odisha News

BREAKING NEWS

‘ବେଙ୍ଗଲ ସହଯୋଗ ନକଲେ ଭାରତରେ ଅନୁପ୍ରବେଶ ବଢିଚାଲିବ’

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା । ସରକାର ଆଜିର ଦିନରେ ଠିକ୍ ୬ ମାସ ପୂରଣ କରିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେବାର ସୌଭାଗ୍ୟ ମିଳିଛି ବୋଲି ସେ କହିଛନ୍ତି । ଓଡ଼ିଶା ବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁଙ୍କ ପାଖରେ ଦେଶର ମଙ୍ଗଳ କାମନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ବାଂଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଭାରତରେ ହିଁ କେବଳ ଅଳ୍ପସଂଖ୍ୟକ ଅର୍ଥାତ୍ ମାଇନୋରିଟିଙ୍କୁ ସୁରକ୍ଷା ଦିଆଯାଏ । ପାକିସ୍ତାନ ବାଂଲାଦେଶ ବା ଅନ୍ୟ କୌଣସି ଦେଶ ସେମାନଙ୍କ ଚିନ୍ତା କରନ୍ତି ନାହିଁ । ପ୍ରଧାନମନ୍ତ୍ରୀ ନିଶ୍ଚିତ ଏହାର ଖୁବ୍ ଶୀଘ୍ର କୁଟ ନୈତିକ ସମାଧାନ ବାହାର କରିବା ସହ ସବୁ ବାଂଲାଦେଶୀ ହିନ୍ଦୁଙ୍କ ସହ ଆମେ ଛିଡା ହୋଇଛୁ ବୋଲି କହିଛନ୍ତି ।

ବାଂଲାଦେଶ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଓ ବିରୋଧୀ ଚୁପ୍ ରହିଛନ୍ତି । ଏମାନେ ଭାରତରେ ଅସ୍ଥିରତା ଆଣିବା ସହ ହିନ୍ଦୁଙ୍କ ସପକ୍ଷରେ କେବେ ବି ନାହାନ୍ତି ବୋଲି ଟାର୍ଗେଟ କରିଛନ୍ତି ବିଶ୍ବଶର୍ମା । ୱାନ ନେଶନ ୱାନ ଇଲେକ୍ସନକୁ ମଧ୍ୟ ସମ୍ପୁର୍ଣ୍ଣ ସମର୍ଥନ ରହିଛି ବୋଲି ସେ କହିଛନ୍ତି ।

ଅନ୍ୟପଟରେ କୋବିନ୍ଦଜି ଙ୍କ ରିପୋର୍ଟ କୁ ସ୍ଵୀକୃତି ମିଳିଲେ ୨୦୨୬ ରେ ଆସାମ ନିର୍ବାଚନ ହେଲେ ମଧ୍ୟ ପୁଣିଥରେ ୨୦୨୯ ରେ ହେବ । ମହାପ୍ରଭୁଙ୍କ କ୍ଷେତ୍ରରେ ଇଏ ବୈକୁଣ୍ଠ ପୁରୀ,ଏହା ମୂଳପୀଠ ହୋଇ ରହିବ । ଦୀଘା ବା ଆସମରେ ମନ୍ଦିର ହେଲେ ମଧ୍ୟ ଏହାର ସ୍ୱତନ୍ତ୍ରତା ରହିବ ।

ସେପଟେ ଅନୁପ୍ରବେଶକାରୀଙ୍କୁ ଧରିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଶ୍ରୀ ଶର୍ମା କହିଛନ୍ତି । ବେଙ୍ଗଲରେ ଅନୁପ୍ରବେଶ ରୋକା ଯାଉନଥିବାରୁ ହିଁ ଭାରତରେ ଅନୁପ୍ରବେଶକାରୀ ବିସ୍ତାର ହେଉଛି । ଆସାମରେ ଯେଉଁଭଳି ବିନା ଏନଆରସି ରେ ଆଧାର ଦିଆଯିବ ନାହିଁ ବୋଲି ନିୟମ କରାଯାଇଛି । ସେମିତି ହେଲେ ଅନୁପ୍ରବେଶକାରୀ ଧରା ପଡ଼ିବେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । କିନ୍ତୁ ବେଙ୍ଗଲ ସହଯୋଗ ନକଲେ ଭାରତରେ ଅନୁପ୍ରବେଶ ବଢିଚାଲିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.