Latest Odisha News

BREAKING NEWS

ଦୁଇ ପୁଅ ସହ ଆତ୍ମହତ୍ଯା କଲେ ମା, ବୋହୂ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ

ଯୋଧପୁର: ଯୋଧପୁରର ଓସିଆନ ଥାନାରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଯେଉଁଠି ମା ଏବଂ ଦୁଇ ଭାଇ ଆତ୍ମହତ୍ଯା କରିଛନ୍ତି।

ପତ୍ନୀଙ୍କ ଦ୍ୱାରା ବାରମ୍ବାର ନିର୍ଯ୍ୟାତନା ହେତୁ ସେମାନେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଦିନ ପରିବାରର ତିନିଜଣଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ଅପରପକ୍ଷରେ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ମୃତକଙ୍କ ବନ୍ଧୁ ଏବଂ ସମ୍ପ୍ରଦାୟର ସଦସ୍ୟମାନେ ମୃତଦେହ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହା ପରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

୨୭ ବର୍ଷୀୟ ନବରତନ ସିଂ, ୨୪ ବର୍ଷୀୟ ପ୍ରଦୀପ ସିଂ ଏବଂ ସେମାନଙ୍କ ମା ଭାନୱାରୀ ଦେବୀ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଘଟଣା ସମୟରେ ନବରତନଙ୍କ ପତ୍ନୀ ନୀତୁ ଘରେ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିବା ପୂର୍ବରୁ ଦୁଇ ଭାଇ ନିଜ ବନ୍ଧୁଙ୍କୁ ସୁନା ଅଳଙ୍କାରରେ ପରିପୂର୍ଣ୍ଣ ବାକ୍ସ ଦେବା ସହ ଦୁଇ ଘଣ୍ଟା ପରେ ଖୋଲିବା ପାଇଁ କହିଥିଲେ। ପରେ ବାକ୍ସ ଖୋଲିବା ପରେ ବନ୍ଧୁ ଜଣକ ଏକ ଆତ୍ମହତ୍ୟା ନୋଟ ପାଇଥିଲେ, ଯେଉଁଥିରେ ତାଙ୍କ ପତ୍ନୀ ତାଙ୍କ ପରିବାରକୁ ହଇରାଣ କରୁଥିବା ଅଭିଯୋଗ କରାଯାଇଥିଲା। ଏନେଇ ସେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ କିନ୍ତୁ ସେତେବେଳକୁ ସବୁ ସରିଯାଇଥିଲା।

 

Comments are closed.