Latest Odisha News

ଅମିତ ଶାହଙ୍କୁ ଭେଟିଲେ ବରୁଣ ଧୱନ; କହିଲେ, ଆମେ ବେବି… 

ନୂଆଦିଲ୍ଲୀ: ବରୁଣ ଧୱନ ନିଜର ଅପକମିଂ ଚଳଚ୍ଚିତ୍ର ‘ବେବି ଜନ୍’ର ପ୍ରମୋସନ ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏହି ଅବସରରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଥିଲେ।

ଏହି ସାକ୍ଷାତକାରର ଏକ ଫଟୋ ରବିବାର ଦିନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଏହାକୁ ଆନନ୍ଦଦାୟକ ବୋଲି ସେ କହିଛନ୍ତି। ଏହି ଫଟୋରେ ନିଜର ଖୁସି ବାଣ୍ଟିବା ସହ ବରୁଣ କ୍ୟାପସନରେ ଲେଖିଛନ୍ତି, “ଆମେ ସମସ୍ତେ ତାଙ୍କ ସାମ୍ନାରେ ‘ବେବି’।

‘ବେବି ଜନ୍’ ଫିଲ୍ମ ଅଟଲିଙ୍କ ୨୦୧୬ ତାମିଲ ଚଳଚ୍ଚିତ୍ର ‘ଦେର୍’ର ରୁପାନ୍ତରଣ ଅଟେ। ଯେଉଁଥିରେ ବିଜୟ ଏବଂ ସାମନ୍ଥା ରୁଥ୍ ପ୍ରଭୁ ଅଭିନୟ କରିଥିଲେ।

 

Comments are closed.