Latest Odisha News

BREAKING NEWS

‘ଶକ୍ତିମାନ’ ରାଇଟ୍ସ ଦେବି ନାହିଁ; କାହିଁକି ଏଭଳି କହିଲେ ମୁକେଶ ଖାନ୍ନା

ନୂଆଦିଲ୍ଲୀ: ଅଭିନେତା ମୁକେଶ ଖାନ୍ନା ପ୍ରାୟତଃ ‘ଶକ୍ତିମାନ’ ଶୋ’ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ତେବେ ସେ ଏହି ଭୂମିକା ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଥିଲେ ଯେ ସେ ‘ଶକ୍ତିମାନ’ର ଭୂମିକାରେ ଅଭିନୟ କରିପାରିବେ।

ସେ କହିଛନ୍ତି ଯେ ସେ ଏହି ସୋ’ର ରାଇଟ୍ସକୁ ୱାଇଆରଏଫକୁ ବିକ୍ରୟ କରିବେ ନାହିଁ। ନଚେତ୍ ସେମାନେ ଏହାକୁ ଏକ ଡିସ୍କୋ-ଡ୍ରାମା କରିଦେବେ।

ଏହି ସମୟରେ ‘ଶକ୍ତିମାନ’ ଭୂମିକାରେ ରଣବୀର ସିଂଙ୍କ ଫଟୋ ଭାଇରାଲ ହୋଇଥିଲା। ଯାହାପରେ ଆଦିତ୍ୟ ଚୋପ୍ରାଙ୍କ ଟିମ୍ ତାଙ୍କ ନିକଟକୁ ଯାଇ ‘ଶକ୍ତିମାନ’ର ରାଇଟ୍ସ କିଣିବାକୁ ଚାହୁଁଥିଲେ। ତେବେ ମୁକେଶ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ମୁକେଶ ଆହୁରି ମଧ୍ଯ କହିଛନ୍ତି, ଆଦିତ୍ୟ ଚୋପ୍ରାଙ୍କ ଟିମ୍ ୧୦ ବର୍ଷ ପୂର୍ବେ ମୋ ସହିତ ଯୋଗାଯୋଗ କରିଥିଲେ। ସେ ମୋତେ ‘ଶକ୍ତିମାନ’ର ରାଇଟ୍ସ ଦେବା ପାଇଁ କହୁଥିଲେ? ଆଉ ସେହି ସମୟରେ ରଣବୀର ସିଂଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Comments are closed.