ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା । ପ୍ରତି ଥାନାକୁ ଦିଆଯିବ ୯ଟି ଲେଖେଁ ବାଇକ । ୨୦୨୬ ସୁଦ୍ଧା ମାଓ ମୁକ୍ତ ହେବ ଓଡ଼ିଶା । ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦ ପୂରଣ କରାଯିବ। ସେହିପରି ୫ ହଜାର ଗୃହରକ୍ଷୀଙ୍କୁ ନିଯୁକ୍ତି କରାଯିବା ନେଇ ଆଜି ୬୯ତମ ପୋଲିସ ଡ୍ୟୁଟି ମିଟର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପୁରୀ ଜିଲ୍ଲାର ତିନି ନୂଆ ଥାନା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଟକ ପୋଲିସ ଡ୍ୟୁଟି ମିଟରେ ଯୋଗ ଦେବା ଅବସରରେ ଭର୍ଚୁଆଲ ମୋଡ୍ରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉକ୍ତ ୩ ଥାନା ହେଲା ବଳଙ୍ଗା, ଅସ୍ତରଙ୍ଗ, ଡେଲାଙ୍ଗ ଥାନା ।
ସେହିପରି ବୃତ୍ତିଗତ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଦକ୍ଷ ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଡିଜି ୱାଇ.ବି ଖୁରାନିଆଙ୍କ ସମେତ ରାଜ୍ୟ ପୋଲିସ ବାହିନୀର ବହୁ ବରିଷ୍ଠ ଆଇପିଏସ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।