ନୂଆଦିଲ୍ଲୀ: ସାରା ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଇଷ୍ଟାଣ୍ଟ ମେସେଜିଙ୍ଗ୍ ପ୍ଲାର୍ଟଫର୍ମ ହେଉଛି ହ୍ୱାଟ୍ସଆପ୍ । ନିଜର ଦୈନନ୍ଦିନ ଜୀବନରେ ଲୋକେ ବହୁତ ମାତ୍ରାରେ ମେସେଜ ଆପ୍ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି। ଏଥିରେ ଆପଣ ଫଟୋ, ଭିଡିଓ, ଭିଡିଓ କଲ୍, ମେସେଜ ସହ ଅନ୍ୟାନ୍ୟ ଅଫିସ୍ କାର୍ଯ୍ୟ ମଧ୍ୟ ସହଜରେ କରି ହୁଏ।
ମାତ୍ର ହ୍ୱାଟ୍ସଆପ୍ରେ କରୁଥିବା କିଛି ଭୁଲ୍ ପାଇଁ ଆପଣଙ୍କୁ ଜେଲ୍ ଯିବାକୁ ମଧ୍ୟ ପଡିପାରେ। ତେବେ ଆସନ୍ତୁ ଜାଣିବା କଣ ସେହି ଭୁଲ…
କିଛି ମାମଲାରେ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଅନ୍ୟମାନଙ୍କ ଦ୍ୱାରା ହେଉଥିବା ଭୁଲ୍ ଆପଣଙ୍କୁ ମହଙ୍ଗା ପଡିପାରେ। ଏଭଳି କିଛି ପୋଷ୍ଟ, କିମ୍ବା ଷ୍ଟାଟସ୍ ଯାହା ସମାଜ ଉପରେ କୁପ୍ରଭାବ ପକାଏ କିମ୍ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରେ ତେବେ ଆପଣଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଇପାରେ। ହ୍ୱାଟ୍ସଆପ୍ରେ ଅଶ୍ଳୀଳ କଣ୍ଟେଣ୍ଟ ସେୟାର କଲେ ଆପଣଙ୍କ ବିରୁଦ୍ଧରେ ଅଭିଯୋଗ ହୋଇପାରେ। ଏହି ଅଭିଯୋଗ ଅନୁସାରେ ଆପଣଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିପାରେ।
ହ୍ୱାଟ୍ସଆପ୍ ମାଧ୍ୟମରେ ଲୋକଙ୍କ ସହ ଠକେଇ କରିବାକୁ ଚେଷ୍ଟା କଲେ ଆକାଉଣ୍ଟକୁ ବ୍ଲକ୍ କରାଯାଇପାରେ ଏବଂ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ। ଆପଣଙ୍କ ହ୍ୱାଟ୍ସଆପ୍ରୁ ପଠାଯାଇଥିବା ମେସେଜ ଉପରେ ଆଧାର କରାଯାଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଆପଣଙ୍କୁ ଗିରଫ କରିପାରେ। ତେଣୁ ହ୍ୱାଟସ୍ଆପ୍ରେ ଯାହା ବି କରିବେ ଭାବିଚିନ୍ତି ପଦକ୍ଷେପ ନେବେ। ନଚେତ୍ ଅସୁବିଧାରେ ପଡିଯିବେ।