Latest Odisha News

BREAKING NEWS

ଶୀତ ଦିନେ ପାଦ ସବୁବେଳେ ଥଣ୍ଡା ରହୁଛି କି? ଜାଣନ୍ତୁ କାହିଁକି…

ଭୁବନେଶ୍ଵର: ସାରାଦେଶରେ ଶୀତ ଲହରୀ ଯୋଗୁଁ ପାରଦ ତଳ ମୁହାଁ ହେବାରେ ଲାଗିଛି। ଦିଲ୍ଲୀ ଏନସିଆର ଏବଂ ଉତ୍ତର ଭାରତରେ ଏବେ ପ୍ରବଳ ଜାଡ ଅନୁଭୁତ ହେଉଛି । ଏପରି ପରିସ୍ଥିତିରେ ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ପ୍ରକାରର ସମସ୍ୟା ବଢିଥାଏ। ବିଶେଷକରି ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ଶୀଘ୍ର ରୋଗ ସଂକ୍ରମିତ ହୋଇଥାନ୍ତି। ଏଭଳି ପରିସ୍ଥିତିରେ ଶିଶୁ ଏବଂ ବୃଦ୍ଧବୃଦ୍ଧାଙ୍କ ପ୍ରତି ବିଶେଷ ଯତ୍ନ ନେବା ଆବଶ୍ୟକ।

ତେବେ ଶୀତ ଦିନେ ହାତ ଓ ପାଦ ଥଣ୍ଡା ଲାଗିବା ଏକ ସାଧାରଣ କଥା ଅଟେ । ହେଲେ କଣ ଆପଣ ଜାଣନ୍ତି କି ସବୁ ବେଳେ ସାଧାରଣ ଲାଗୁଥିବା କଥା ପଛରେ ରହିଥାଏ କିଛି ଅସାଧାରଣ କାରଣ । ଯେମିତିକି ଶୀତ ଦିନେ ଅଧିକାଂଶ ସମୟ ହାତ କିମ୍ବା ପାଦରେ ଥଣ୍ଡା ଲାଗି ରହିବା ଆପଣଙ୍କ ଶରୀରରେ ଏକ ଗୁରୁତ୍ଵପୂର୍ଣ୍ଣ ଭିଟାମିନ ର ଅଭାବ ହୋଇପାରେ ବା ଏହା ରକ୍ତ ହୀନତାର ମଧ୍ୟ କାରଣ ହୋଇପାରେ । ତେବେ ଯଦି ଆପଣଙ୍କୁ ବି ଏପରି କିଛି ଅନୁଭବ ହେଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ଦ୍ୱାରା ପରାମର୍ଶ କରି ଉପଯୁକ୍ତ ଉପାୟ ଅବଲମ୍ବନ କରନ୍ତୁ । ନଚେତ୍ ଆପଣ ଭବିଷ୍ୟତରେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସାମ୍ନା କରି ପାରନ୍ତି । ବିଶେଷ କରି ଆନିମୀୟାର ଶିକାର ହୋଇ ପାରନ୍ତି ।

ତେବେ ଆସନ୍ତୁ ଜାଣିବା ଶୀତ ଦିନେ ହାତ ଓ ପାଦରେ ଥଣ୍ଡା ଲାଗି ରହିବା ଶରୀରରେ କେଉଁ ଭିଟାମିନ ଅଭାବର ଲକ୍ଷଣ ଅଟେ । ଏହା ଶରୀରରେ ଭିଟାମିନ ବି ୧୨ ର ଅଭାବର ଲକ୍ଷଣ ଅଟେ । ଶରୀର ଆବଶ୍ୟକ କରୁଥିବା ଭିଟାମିନ ଗୁଡ଼ିକ ମଧ୍ୟରୁ ଭିଟାମିନ ବି ୧୨ ଏକ ବିଶେଷ ଗୁରୁତ୍ବପୂର୍ଣ୍ଣ ଭିଟାମିନ ଅଟେ । ଯାହା ଶରୀରରେ ବୃଦ୍ଧି, ମାନସିକ ସ୍ତରରେ ସ୍ଥିରତା ଆଦିରେ ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏ ।

ଶରୀରରେ ଭିଟାମିନ ବି ୧୨ ଅଭାବ ଥିଲେ ଦୁର୍ବଳ ଲାଗିବା, ଜଲ୍ଦୀ ହାଲିଆ ହୋଇଯିବା, ମାନସିକ ଅସ୍ଥିରତା ଦେଖାଦେବା, ଶୀତ ଦିନେ ପାଦ ଅଧିକ ଥଣ୍ଡା ଲାଗିବା ପରି ଲକ୍ଷଣ ମାନ ଦେଖାଦିଏ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଆପଣ ବାଦାମ ଓ ଡ୍ରାଏ ଫ୍ରୁଟସ ଖାଆନ୍ତୁ । ସେହିପରି ନିୟମିତ କ୍ଷୀର ପିଅନ୍ତୁ, ଡାଳିମ୍ବ ଓ ବିଟ୍ ଭଳି ଖାଦ୍ୟ ଖାଆନ୍ତୁ ଏବଂ ପୋଇ ଓ ଶାଗ ଜାତୀୟ ଖାଦ୍ୟ ମଧ୍ୟ ଖାଆନ୍ତୁ ।

 

 

Comments are closed.