Latest Odisha News

୪୦୦ ଟଙ୍କା ପାଇଁ କ୍ୟାବ ଡ୍ରାଇଭରକୁ ମାରିଦେଲେ ନାବାଳକ

ନୂଆଦିଲ୍ଲୀ: ୪୦୦ ଟଙ୍କା ଭଡାକୁ ନେଇ ବିବାଦ। ୨୬ ବର୍ଷିୟ ଟ୍ୟାକ୍ସି ଡ୍ରାଇଭରଙ୍କୁ ଜଣେ ନାବାଳକ ସମେତ କିଛି ଯୁବକ ମିଶି ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ଘଟଣା ଉତ୍ତର ପୂର୍ବ ଦିଲ୍ଲୀର ସୋନିଆ ବିହାରରେ ଘଟିଛି।

ଗତ ଶୁକ୍ରବାର ଦିନ ଟ୍ୟାକ୍ସି ବୁକ୍ କରିଥିବା ତିନି ଜଣ ପିଲା ଭଡା ଟଙ୍କାକୁ ନେଇ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କରିଥିଲେ। ଯୁକ୍ତିତର୍କ ପରେ ବିବାଦରେ ପରିଣତ ହୋଇଥିଲା। ଯାହା ପରେ ଯାତ୍ରୀମାନେ ସେମାନଙ୍କ ସାଙ୍ଗମାନଙ୍କୁ ଡାକି ଟ୍ୟାକ୍ସି ଡ୍ରାଇଭର ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ନାବାଳକକୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଟ୍ୟାକ୍ସି ଡ୍ରାଇଭର ନୋଏଡାରୁ ତିନି ଜଣ ପାସେଞ୍ଜରଙ୍କୁ କାରରେ ଉଠାଇଥିଲେ। ଯାତ୍ରା ସରିବା ପରେ ତିନିଜଣ ଟଙ୍କା ଦେବାକୁ ମନା କରିଦେଇଥିଲେ। ଝଗଡା ପରେ ତାଙ୍କର ଆଉ ଦୁଇଜଣ ସାଙ୍ଗ ଆସି କାର ଡ୍ରାଇଭର ଉପରେ ଆକ୍ରମଣ କରିଥିଲେ। ସେମାନେ ରାଗିଯାଇ କ୍ୟାବ ଡ୍ରାଇଭରଙ୍କ ମୁଣ୍ଡ ଓ ପେଟରେ ଛୁରୀ ଭୁସି ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.