ଭୁବନେଶ୍ବର: ଶୀତଋତୁରେ ଚର୍ମର ଅତିରିକ୍ତ ଯତ୍ନ ନେବାକୁ ପଡେ | ଯଦି ତୁମେ ଏହି ଋତୁରେ ଚମକୁଥିବା ତ୍ବଚା ପାଇବାକୁ ଚାହୁଁଛ, ତେବେ ତୁମେ ତୁମ ଚେହେରାରେ କିଛି ଫେପ୍ୟାକ୍ ଲଗାଇ ଚେହାରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିପାରିବ ।
କଫି ଫେସପ୍ୟାକ୍
ଗୋଟିଏ ଚାମଚ କଫିରେ ଟିକେ ମହୁ ଓ ଦୁଗ୍ଧ ଢାଳନ୍ତୁ ,ଏକ ପେଷ୍ଟ ହେଇଯିବ । ପେଷ୍ଟକୁ ଚେହେରାରେ ଲଗାଇ ଦିଅନ୍ତୁ ଓ ଶୁଖିଗଲା ପରେ ସର୍କୁଲାର ମୋସନରେ ମୁହଁକୁ ପାଣି ଦ୍ବାରା ସଫା କରନ୍ତୁ । ଏପରି କଲେ ଡେଡ ସ୍କିନ ବାହାରି ଯାଏ ।
ମହୁ ଫେସପ୍ୟାକ୍
ଗୋଟିଏ ଚାମଚ ମହୁ, ଗୋଲପଜଳ ଓ ଲେମ୍ବୁ ରସ ଢାଳି ଏକ ପେଷ୍ଟ ତିଆରି କରି ଦିଅନ୍ତୁ । ମୁହଁରେ ଦଶ ମିନିଟ୍ ରଖି ଧୋଇ ଦିଅନ୍ତୁ । ଏହା ଦ୍ବାରା ଚେହେରାରେ ନୂଆ ଚମକ ଆସିଯାଏ ।
ଚାଉଳ ଫେସପ୍ୟାକ୍
ଗୋଟିଏ ଚାମଚ ଚାଉଳ ଗୁଣ୍ଡରେ ଦୁଇ ଚାମଚ ମହୁ, ଗୋଟିଏ ଚାମଚ ଓଟ୍ସକୁ ଗୁଣ୍ତ କରି ମିଶେଇ ଦିଅନ୍ତୁ। ମୁହଁରେ ପନ୍ଦର ମିନିଟ୍ ରଖି ଧୋଇ ଦିଅନ୍ତୁ । ଏପରି କଲେ ଡେଡ ସ୍କିନ ବାହାରି ଯାଏ ।