Latest Odisha News

BREAKING NEWS

ଶ୍ରୀଦେବୀଙ୍କୁ ବାନ୍ଧିବା ପାଇଁ ସ୍ବର୍ଗକୁ ଯିବକି ପୋଲିସ; କାହିଁକି କଟାକ୍ଷ କଲେ ରାମ ଗୋପାଳ 

ମୁମ୍ବାଇ: ‘ପୁଷ୍ପା ୨’ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ବାହାରିଛନ୍ତି ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା। ଏହା ମଧ୍ଯରେ ସେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଜଡିତ ଏକ ଘଟଣା ବିଷୟରେ ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ତାଙ୍କର ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ପ୍ରତ୍ୟକ ଷ୍ଟାର ମାନେ ଅଲ୍ଲୁ ଅର୍ଜୁନଙ୍କର ଗିରଫଦାରୀର କଡା ବିରୋଧ କରିବା ଉଚିତ। କାରଣ କୌଣସି ବି ଲୋକପ୍ରିୟ ଫିଲ୍ମ ଷ୍ଟାର ଅଥବା ରାଜନୈତିକ ନେତା ଲୋକପ୍ରିୟ ହେବା ଅପରାଧ ନୁହେଁ।

ତେଲେଙ୍ଗାନା ପୋଲିସକୁ କଟାକ୍ଷ କରି ରାମ ଗୋପାଳ ଆହୁରି ଲେଖିଛନ୍ତି, ମୋର ଫିଲ୍ମ ‘କ୍ଷଣମ୍ କ୍ଷଣମ୍’ର ସୁଟିଂ ସମୟରେ ଶ୍ରୀଦେବୀଙ୍କୁ ଦେଖିବାକୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ମଧ୍ଯ ହୋଇଥିଲା। ତେବେ ତେଲେଙ୍ଗାନା ପୋଲିସ ଶ୍ରୀଦେବୀଙ୍କୁ ଗିରଫ କରିବା ପାଇଁ କଣ ସ୍ୱର୍ଗକୁ ଯିବ କି?

ସୂଚନାଯୋଗ୍ୟ ଯେ ଡିସେମ୍ବର ୪ ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ‘ପୁଷ୍ପା-୨’ ସ୍କ୍ରିନିଂ ସମୟରେ ଦଳାଚକଟାରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଦଳାଚକଟାରେ ତାଙ୍କ ପୁଅ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.