Latest Odisha News

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଆରବର୍ଷକୁ କଲେଜ୍ ନିର୍ବାଚନ

ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରେ ଆୟୋଜିତ ହେବ କଲେଜ ନିର୍ବାଚନ । ଆଜି ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଏପରି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଶିକ୍ଷା ବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ ।

ତେବେ କହିରଖୁଛୁ, ଗତ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖିଥିଲେ । ୨୦୧୮ରୁ ବାତ୍ୟା, କୋଭିଡ୍, କ୍ୟାମ୍ପସ ଉତ୍ତେଜନା ବିଭିନ୍ନ କାରଣ ଦର୍ଶାଇ କଲେଜରେ ଛାତ୍ର ନିର୍ବାଚନ ବନ୍ଦ ରଖିଥିଲେ ପୂର୍ବ ସରକାର । ଯେଉଁ କାରଣରୁ ସେବେଠୁ ବନ୍ଦ ପଡିଛି ନେତୃତ୍ବ ବିକାଶର ଏନ୍ତୁଡିଶାଳ । ଯାହାକୁ ନେଇ ସେତେବେଳେ ବିଭିନ୍ନ ମହଲରୁ ଛାତ୍ରଛାତ୍ରୀଙ୍କ ବିରୋଧ ମଧ୍ୟ ଦେଖିବାକୁ ମିଳିଥିଲା । ଛାତ୍ର ଆନ୍ଦୋଳନ, ରାଜରାସ୍ତାରେ ସରକାର ବିରୋଧୀ ସ୍ବର ଜୋର ତେଜିଥିଲା, ଏମିତିକି ତତ୍କାଳୀନ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ବି ଘେରାଉ କରିଥିଲେ ଛାତ୍ର ନେତା । ହେଲେ କିଛି ବି ସୁଫଳ ମିଳିନଥିଲା ।

ହେଲେ ନୂଆ ସରକାର ଆସିବା ପରେ ଦୀର୍ଘ ୫ ବର୍ଷ ଧରି ସ୍ଥଗିତ ଥିବା ପୋଲିସ ମହାସଂଘ ନିର୍ବାଚନ ହୋଇଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଥିଲା କି ଯେ ସେମାନଙ୍କର ମଧ୍ୟ ନିର୍ବାଚନ ହେବ । ହେଲେ ସରକାରଙ୍କ ବିଭିନ୍ନ ମତ ନେଇ ଅସନ୍ତୋଷ ହୋଇଥିଲେ ଛାତ୍ର ନେତା । ଆଉ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ । ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଭିନ୍ନ ଦଳ ଓ ସେମାନଙ୍କ ଛାତ୍ର ସଂଗଠନ ପକ୍ଷରୁ ବ୍ୟାପକ ଦାବି, ପ୍ରତିବାଦ ଓ ଆନ୍ଦୋଳନ ହୋଇଥିଲା। ନିକଟରେ ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ସମୟରେ ଏନେଇ ବିଧାନସଭା ଘେରାଉ ଉଦ୍ୟମ କରିବା ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି, ଅଣାୟତ ପରିସ୍ଥିତି ସୃଷ୍ଟି କରିଥିଲା।

Leave A Reply

Your email address will not be published.