Latest Odisha News

ଟ୍ରେନ ତଳେ ଲୁଚି ୨୫୦ କିମି. ଯାତ୍ରା, ଜାଣନ୍ତୁ କଣ କହୁଛି ରେଳବାଇ…

ଭୋପାଳ: ଦାନପୁର ଏକ୍ସପ୍ରେସର ବଗି ତଳେ ଥିବା ଏକ ସ୍ଥାନରେ ଜଣେ ବ୍ଯକ୍ତି ଲୁଚି ଇଟାରସିରୁ ଜବଲପୁର ପର୍ଯ୍ୟନ୍ତ ୨୫୦ କିଲୋମିଟର ଯାତ୍ରା କରୁଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରିଛି ରେଳ ମନ୍ତ୍ରଣାଳୟ।

ରେଳବାଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲୀପ କୁମାର କହିଛନ୍ତି ଯେ ଏହି ରିପୋର୍ଟ ସମ୍ପୂର୍ଣ୍ଣ ମିଛ ଏବଂ ଭିତ୍ତିହୀନ। ଟ୍ରେନ୍ ଚାଲୁ ନଥିବା ବେଳେ ବ୍ୟକ୍ତି ଜଣକ ହ୍ବିଲ୍ ଏକ୍ସଲ ନିକଟରେ ଲୁଚି ରହିଥିବେ। କାରଣ ଚଳନ୍ତା ଟ୍ରେନର ହ୍ବିଲ୍ ଏକ୍ସଲରେ ଲୁଚିବା ବାସ୍ତବରେ ସମ୍ଭବ ନୁହେଁ। ସେ ଆହୁରି ମଧ୍ଯ କହିଛନ୍ତି ଯେ କିଛି ଗଣମାଧ୍ୟମ ସଂସ୍ଥା ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାନେ ଏହାର ସତ୍ୟତା ଯାଞ୍ଚ ନକରି ଭିଡିଓକୁ ଭାଇରାଲ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦାନପୁର ଏକ୍ସପ୍ରେସ ଟ୍ରେନ୍ ଇଟାରସିରୁ ବାହାରି ଜବଲପୁର ରେଳ ଷ୍ଟେସନରେ ପହଞ୍ଚିଥିଲା। ଷ୍ଟେସନରେ ଥିବା କ୍ୟାରିଜ ଏବଂ ୱାଗନ୍ ବିଭାଗ (ଏସିଆଣ୍ଡଡବ୍ଲୁ) କର୍ମଚାରୀମାନେ ଟ୍ରେନର ରେଲିଂ ଯାଞ୍ଚ କରୁଥିବାବେଳେ ଜଣେ ବ୍ୟକ୍ତି ବଗି ତଳେ ଟ୍ରଲିରେ ଲୁଚି ରହିଥିବାର ନଜର ଆସିଥିଲେ। କର୍ମଚାରୀମାନେ ବାହାର କୋଚଗୁଡିକର ଅଣ୍ଡର ଗିଅର୍ ଯାଞ୍ଚ କରୁଥିଲେ, ସେତେବେଳେ ସେମାନେ S-4 କୋଚର ଟ୍ରଲିରେ ଉକ୍ତ ବ୍ଯକ୍ତି ଲୁଚି ରହିଥିବାର ଦେଖିଥିଲେ। ଯାହାପରେ ବ୍ୟକ୍ତିଙ୍କୁ ବାହାରକୁ ଅଣାଯାଇଥିଲା। ତେବେ ସେ ଏକ ଟ୍ରଲିରେ ଲୁଚି ଇଟାରସିରୁ ଆସିଥିବା କହିଥିଲେ।

 

Comments are closed.