ଖୋର୍ଦ୍ଧା: ସହରରେ ଜବରଦଖଲ ଉଚ୍ଛେଦ କରୁଛି ଜିଲ୍ଲା ପ୍ରଶାସନ। ମାରୱାଡି ପଟିରୁ ସରକାରୀ ଜମିରେ ଥିବା ଦୋକାନ ଉଚ୍ଛେଦ କରାଯାଉଛି। ୨ ପ୍ଲାଟୁନ୍ ପୋଲିସ ଉପସ୍ଥିତିରେ ବୁଲଡୋଜର୍ ଲଗାଇ ଉଚ୍ଛେଦ ଚାଲିଛି। ୪୦ରୁ ଅଧିକ ଦୋକାନକୁ ଉଚ୍ଛେଦ କଲାଣି ପ୍ରଶାସନ।
ବସାୟୀ ସଂଘର ନିବେଦନ ପରେ କିଛି ଦିନ ପାଇଁ କ୍ୟାବିନ ଉଚ୍ଛେଦକୁ ବନ୍ଦ ରଖାଯାଇଥିଲା। ହେଲେ ଆଜି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। କ୍ୟାବିନ ଥଇଥାନ ପାଇଁ ଭେଣ୍ଡିଙ୍ଗ ଜୋନ୍ ନିର୍ମାଣ କରିଛି ପୌର ପ୍ରଶାସନ। ତେବେ ଏହି ଭେଣ୍ଡିଂ ଜୋନ୍କୁ ନଯିବାକୁ ଜିଦ ଧରିଛନ୍ତି ବ୍ୟବସାୟୀ।
କୌଣସି ଅପ୍ରୀତିକର ସ୍ଥିତି ଉପୁଜିବା ଆଶଙ୍କାରେ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଉପ ଜିଲ୍ଲାପାଳ ଓ ତହସିଲଦାରଙ୍କ ସମେତ ବରିଷ୍ଠ ଅଧିକାରୀ ଏଠାରେ ଉପସ୍ଥିତ ଅଛନ୍ତି।
Comments are closed.