Latest Odisha News

BREAKING NEWS

‘ପାଦ ଛୁଇଁଲେ, କାମ ଭୁଲିଯାଅ’… ମନ୍ତ୍ରୀ ଲାଗୁ କଲେ ନୂଆ ନିୟମ..ସମସ୍ତେ ତାଜୁବ୍

ଭୋପାଳ: ଅଫିସ୍ ବାହାରେ ଲାଗିଛି ବୋଡ୍ । ଆଉ ଲେଖାହୋଇଛି ‘ପେର୍ ପଡନା ଶକ୍ତ୍ ମନା ହେ’ ଅର୍ଥାତ୍ ଗୁହାରି କରିବା କିମ୍ବା ପାଦ ତଳେ ପଡିବା ମନା । ଯଦି ଏପରି କରୁଛନ୍ତି ତାହେଲେ କାମ ଭୁଲିଯାଅ । ଯେଉଁଠି ସମସ୍ତ ରାଜନେତାମାନେ ନମସ୍କାର ହେବା, ପାଦ ଛୁଇଁବାକୁ, କାମ କରାଇବା ପାଇଁ ମନ୍ତ୍ରୀଙ୍କ ଆଗରେ ଗୁହାରି କରିବା ସାଧାରଣ ଜନତାଙ୍କ ଠାରୁ ନିଜ ପ୍ରତି ଏକ ସମ୍ମାନ ବୋଲି ମଣିଥାନ୍ତି, ସେଭଳି କ୍ଷେତ୍ରରେ ଜଣେ ମନ୍ତ୍ରୀ ଏଭଳି କିଛି ନିୟମ ନିଜ ଅଫିସ ବାହାରେ ଲଗାଇଛି ଯାହା ସମସ୍ତଙ୍କ ମନ କିଣୁଛି ।

କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ତଥା ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର କିଛି ଏପରି ନିୟମ ଲାଗୁ କରିଛନ୍ତି । ମଧ୍ୟ ପ୍ରଦେଶର ଟିକମଗଡ଼ରେ ଥିବା ତାଙ୍କ କାର୍ଯ୍ୟାଳୟରେ ଲୋକମାନଙ୍କୁ ତାଙ୍କ ପାଦ ଛୁଇଁବାକୁ କଡ଼ା ନିଷେଧ କରି ଫଳକ ଲଗାଇଛନ୍ତି । ପୋଷ୍ଟରରେ ଲେଖା ଅଛି, “ପାଦ ଛୁଇଁବା କଡ଼ା ନିଷେଧ,” ଏବଂ ଏଥିପାଇଁ ଆହୁରି କଡ଼ା ଚେତାବନୀ ଦିଆଯାଇଛି ଯେ, “ପାଦ ଛୁଉଁଥିବା ଲୋକଙ୍କ ପାଇଁ ତାଙ୍କର କୌଣସି କାମ କରାଯିବ ନାହିଁ।”

ଯାହା ଅଫିସକୁ ଆସୁଥିବା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ସେତିକି କୌତୁହଳତା ମଧ୍ୟ ପ୍ରଦାନ କରିଛି । ଏକ ରାଜନୈତିକ ସଂସ୍କୃତିରେ ଯେଉଁଠାରେ ଅନେକ ନେତା ସମ୍ମାନର ଚିହ୍ନ ଭାବରେ ଏପରି ଇଙ୍ଗିତ ଆଶା କରନ୍ତି କିମ୍ବା ଉତ୍ସାହିତ ମଧ୍ୟ କରନ୍ତି, ସେଠି ମନ୍ତ୍ରୀଙ୍କ ଏଭଳି ନିୟମ ବା ଆଭିମୁଖ୍ୟ ଏବେ ସମସ୍ତଙ୍କ ମନ କିଣୁଛି ।

ତେବେ ଟିକମଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା  ମନ୍ତ୍ରୀ ବୀରେନ୍ଦ୍ର କୁମାର ୧୭ତମ ସଂସଦରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ୟ ସାଂସଦମାନଙ୍କ ମଧ୍ୟରେ ତାଙ୍କର ଏକ ଅନନ୍ୟ ସ୍ଥାନ ରହିଛି । ସେ କୌଣସି ନିର୍ବାଚନରେ ​​ଏପର୍ଯ୍ୟନ୍ତ ପରାଜୟର ସମ୍ମୁଖୀନ ହୋଇନାହାଁନ୍ତି । ତେଣୁ ତାଙ୍କୁ ଅପରାଜେୟ ସାଂସଦଙ୍କ ତାଲିକାରେ ସ୍ଥାନ ଦେଇଛି ।

Comments are closed.