Latest Odisha News

BREAKING NEWS

ଦୀର୍ଘ ୮ ବର୍ଷ ପରେ ଆଞ୍ଜେଲିନା ଜୋଲି ଓ ବ୍ରାଡ ପିଟଙ୍କ ବିବାହ ବିଚ୍ଛେଦ

ନୂଆଦିଲ୍ଲୀ: ହଲିଉଡର ସବୁଠାରୁ ହଟ ଦମ୍ପତିମାନଙ୍କ ମଧ୍ୟରୁ ଆଞ୍ଜେଲିନା ଜୋଲି ଏବଂ ବ୍ରାଡ ପିଟ ପ୍ରାୟ ଏକ ଦଶନ୍ଧି ଧରି ଏକାଠି ଥିଲେ। ୨୦୧୪ ଅର୍ଥାତ୍ ବିବାହ ପୂର୍ବରୁ ୬ଟି ସନ୍ତାନର ପିତାମାତା ହୋଇଥିଲେ। ଏବେ ସେମାନଙ୍କ ଛାଡପତ୍ର ଚୂଡାନ୍ତ ହୋଇଛି।

ଜୋଲିଙ୍କ ଓକିଲ ଜେମ୍ସ ସାଇମନ୍ କହିଛନ୍ତି, ହଲିଉଡ ଇତିହାସର ସବୁଠାରୁ ଲମ୍ବା ଏବଂ ବିବାଦୀୟ ଛାଡପତ୍ରର ଅନ୍ତ ଘଟିଛି। ଦମ୍ପତିଙ୍କର ଲାଗି ରହିଥିବା ବିବାଦର ସମାଧାନ ହୋଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଆଞ୍ଜେଲିନା ଜୋଲିଙ୍କ ଓକିଲ ଜେମ୍ସ ସାଇମନ୍ କହିଛନ୍ତି, “ଆଠ ବର୍ଷ ପୂର୍ବରୁ ଆଞ୍ଜେଲିନା, ପିଟଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ। ସେବେଠୁ ପିଲାମାନେ ମାଙ୍କ ସହ ଅଲଗା ରହି ଆସୁଥିଲେ।

ଆଞ୍ଜେଲିନା ଜୋଲିଙ୍କୁ ୪୯ ବର୍ଷ ବୟସ ହୋଇଥିଲା ବେଳେ ବ୍ରାଡ ପିଟଙ୍କୁ ୬୧ ବର୍ଷ ବୟସ। ୧୨ ବର୍ଷ ଧରି ହଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡି ରହିଥିଲେ ଦୁହେଁ।

 

Comments are closed.