Latest Odisha News

ଧୂମପାନ ନିଶାରୁ ମୁକ୍ତି କିପରି ପାଇପାରିବେ ଜାଣନ୍ତୁ ..

ଭୁବନେଶ୍ଵର:ଧୂମପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଜାଣି ମଧ୍ୟ ଯୁବପିଢି ଏହି ନିଶା କବଳରେ ପଡୁଛନ୍ତି । । ଧୂମପାନ ଯୋଗୁଁ କ୍ୟାନ୍ସର,ହୃଦରୋଗ, ଷ୍ଟ୍ରୋକ ଭଳି ମାରାତ୍ମକ ରୋଗ ଆଶଙ୍କା ବଢିଥାଏ । ତଥାପି ଲୋକମାନେ ଏତେ ମାତ୍ରାରେ ନିଶାସକ୍ତ ହୋଇଥାନ୍ତି । ପରେ ଏହି ଅଭ୍ୟାସ ଛାଡିବାକୁ ଚାହିଁଲେ ମଧ୍ୟ ଛାଡି ପାରନ୍ତି ନାହିଁ ।

ଯେଉଁମାନେ ଅନେକ ବର୍ଷ ହେଲା ଧୂମପାନ ବା ତମାଖୁ ସେବନ କରୁଛନ୍ତି ହଠାତ୍ ସେମାନେ ଏହାର ସେବନ ବନ୍ଦ କରିବା ଦ୍ବାରା ନିକୋଟିନ ଲାଳସା, ଛୋଟ ଛୋଟ କଥାରେ ରାଗିବା, ଚିଡଚିଡି ହେବା, ଅଧିକ ଭୋକ ହେବା ଓ ଡିପ୍ରେସନ ଭଳି ଲକ୍ଷଣମାନ ଅନୁଭବ କରିଥାନ୍ତି ।

ଏପରି ସ୍ଥିତିରେ ଜାଣନ୍ତୁ କେମିତି ନିଜର ଏହି ଲାଳସାକୁ ନିୟନ୍ତ୍ରଣ କରିବେ..

-ଧୂମପାନର ଏକ ବିକଳ୍ପ ଭାବେ ଗାଜର, ସେଓ, ସୁଗାରଲେସ୍ ଚୁଇଙ୍ଗମ୍ ଖାଆନ୍ତୁ । ପାଟିକୁ ବ୍ୟସ୍ତ ରଖିବା ଦ୍ବାରା ଧୂମପାନ କରିବାର ଇଚ୍ଛା କମି ଯାଇପାରେ ।
-ନିକୋଟିନ ରିପ୍ଲେସମେଣ୍ଟ ପ୍ରଡକ୍ଟ ବ୍ୟବହାର କରନ୍ତୁ କିମ୍ବା ଅନ୍ୟାନ୍ୟ ଔଷଧ ସମ୍ପର୍କରେ ଡାକ୍ତରଙ୍କ ପରାମର୍ଶ ନେଇ ଖାଆନ୍ତୁ ।
-ଏକ୍ସରସାଇଜ କରନ୍ତୁ । ଯେପରିକି ଗଭୀର ନିଶ୍ବାସ ନିଅନ୍ତୁ ଓ ଧୀରେଧୀରେ ପାଟି ପଟେ ଛାଡିଦିଅନ୍ତୁ । ଏପରି ଦଶଥର ଅଭ୍ୟାସ କରନ୍ତୁ ।
– ଧ୍ୟାନ କିମ୍ବା ଅନ୍ୟାନ୍ୟ ରିଲାକ୍ସେସନ ଟେକନିକ୍ ଆପଣାନ୍ତୁ, ଯେମିତିକି ମସାଜ୍ ନେବା, ଉଷୁମ ପାଣିରେ ଗୋଧାଇବା ଆଦି ।
– ଶାରିରୀକ ଗତିବିଧିରେ ନିୟୋଜିତ ରୁହନ୍ତୁ ଯେମିତିକି ଚାଲିବା,ଗାଇବା,ନାଚିବା,ଫିଲ୍ମ ଦେଖିବା ଇତ୍ୟାଦି ।

Comments are closed.