ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମୁକାବିଲାରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ସମୀକ୍ଷକଙ୍କ କହିବରା ଅନୁସାରେ ରୋହିତଙ୍କ ଟେଷ୍ଟ କ୍ୟାରିୟରର ଅନ୍ତ ଆରମ୍ଭ ହୋଇଯାଇଛି । ପରାଜୟ ଏବଂ ଖରାପ ଫର୍ମ ରୋହିତଙ୍କୁ ହରଡଘଣାରେ ପକାଇ ଦେଇଛି । ଟି୨୦ ବିଶ୍ୱକପ ଜିତାଇଥିବା ରୋହିତ ଏହି କିଛି ଦିନ ମଧ୍ୟରେ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିବେ ତାହା କେହି କେବେ ଭାବି ନ ଥିଲେ । ଏବେ ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରାହଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । ରିପୋର୍ଟ ମୁତାବକ ରୋହିତଙ୍କ ହାତରୁ ଆଗକୁ ଦିନିକିଆ ଅଧିନାୟକ ଦାୟିତ୍ୱ ମଧ୍ୟ ଯାଇପାରେ । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବା ପାଇଁ ଆଲୋଚନା ହେଉଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
୨୦୨୫ରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ହାର୍ଦ୍ଦିକ ପ୍ରଥମ ପସନ୍ଦ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବ ଟି୨୦ ଦଳର ଅଧିନାୟକ ଦାୟିତ୍ୱ ସୁଚାରୁରୂପେ ତୁଲାଉଛନ୍ତି । ଏବେ ଟେଷ୍ଟ ଟିମର ନେତୃତ୍ୱ କିଏ ନେବ ସେ ନେଇ ଅଙ୍କ କଷା ଆରମ୍ଭ ହୋଇଯାଇଛି । ବିରାଟ କୋହଲିଙ୍କୁ ଏହି ଦାୟିତ୍ୱ ମିଳିବା ନେଇ ମଧ୍ୟ ଆଲୋଚନା ହେଉଛି । ତେବେ ଏହା ଏକପ୍ରକାର ସ୍ପଷ୍ଟ ଯେ, ମେଲବୋର୍ଣ୍ଣରେ ରୋହିତ ଯେତେଦୂର ସମ୍ଭବ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି ।
Comments are closed.