ନୂଆଦିଲ୍ଲୀ: ଦୁଇବର୍ଷ ପୂର୍ବେ ମାଙ୍ଗାଲୁରୁର ଏକ ଘରୋଇ ବସ୍ରେ ଜଣେ ମହିଳାଙ୍କୁ ଓଡଶ କାମୁଡ଼ିଥିଲା। ବର୍ତ୍ତମାନ କୋର୍ଟ ସେହି ବସ୍ କମ୍ପାନୀ ଏବଂ ବୁକିଂ ଏଜେଣ୍ଟ ଉପରେ ଏକ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ସୂଚନାନୁସାରେ,୧୬ ଅଗଷ୍ଟ ୨୦୨୨ରେ ଦୀପିକା ସୁବର୍ଣ୍ଣା ନାମକ ଜଣେ ମହିଳା ମାଙ୍ଗାଲୁରୁରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ସମୟରେ ତାଙ୍କୁ ସ୍ଲିପର କୋଚରେ ଓଡଶ କାମୁଡ଼ିଥିଲା । ଫଳରେ ଏଲର୍ଜି ସହ ତାଙ୍କର ହାତଗୋଡ ଫୁଲି ଯାଇଥିଲା । ଏଥିସହ ତାଙ୍କର ଆର୍ଥିକ କ୍ଷତି ମଧ୍ୟ ହୋଇଥିଲା ।
ଅଭିଯୋଗରେ ଦୀପିକା କହିଥିଲେ ଯେ, ଯେତେବେଳେ ସେ ବସ୍ରେ ଚଢିଥିଲେ, ସେତେବେଳେ ସେ ଦେଖିଲେ ଯେ ସିଟ୍ ଅପରିଷ୍କାର ଭାବେ ଥିଲା। କିଛି ମିନିଟ୍ ଭିତରେ ତାଙ୍କୁ ଓଡଶ କାମୁଡିଥିବାର ଅନୁଭବ ହେଲା ଓ କୁଣ୍ଡେଇ ହେବା ଆରମ୍ଭ ହୋଇଯାଇଥିଲା । ତାଙ୍କର ହାତ, ଗୋଡ ଏବଂ ବେକରେ ଫୁଲା ଥିଲା। ଯାଞ୍ଚରୁ ଜଣାପଡିଲା ଓଡଶ କାଟିବାରୁ ତାଙ୍କ ଶରୀରରେ ପ୍ରତିକ୍ରିୟା ହୋଇଛି । ଚିକିତ୍ସାରେ ବି ଜଟିଳତା ଦେଖାଯାଇଥିଲା ।
ଦୀପିକା ଓ ତାଙ୍କର ସ୍ବାମୀ ଏକ କନ୍ନଡ ଟିଭିରେ ପ୍ରସାରିତ ହେବାକୁ ଥିବା ରିୟାଲିଟି ଶୋରେ ଭାଗ ନେବା ପାଇଁ ବେଙ୍ଗାଲୁରୁ ଯାଉଥିଲେ ।
ତେବେ ମାମଲାର ଶୁଣାଣି ବହୁତ ଦିନ ଚାଲିବାପରେ ଖାଉଟି ଅଦାଲତ ବସ୍ ମାଲିକ ଯାତ୍ରୀଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ ବିଫଳ ହୋଇଥିବା ରାୟ ଶୁଣାଇବା ସହ କ୍ଷତିପୂରଣ ବାବାଦରେ ଲକ୍ଷେ ଟଙ୍କା ଓ ମାମଲା ପରିଚାଳନା ଖର୍ଚ୍ଚ ଦଶ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.