Latest Odisha News

ବାଣ ବିସ୍ଫୋରଣ ;ଘଟଣା ସ୍ଥଳରେ ସାଣ୍ଟିଫିକ୍ ଟିମ୍ ଓ ବମ୍ ସ୍କ୍ବାର୍ଡର ତଦନ୍ତ ଆରମ୍ଭ

ଜଗତସିଂହପୁର: ଜଗତସିଂହପୁର ବଡ଼ବାଗ ଗାଁରେ ଭୟଙ୍କର ବାଣ ବିସ୍ଫୋରଣ। ଦୁର୍ଘଟଣାରେ ଗୋଟିଏ ପରିବାରର ୨ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। ୨ ମୃତକ ହେଲେ ବଡ଼ବାଗ ଗାଁର ରାଜେଶ ଦାସ ଓ ତାଙ୍କ ସ୍ତ୍ରୀ ରାନୀ ଦାସ। ସେହିଭଳି ଆହତମାନେ ହେଲେ ମୃତ ରାଜେଶଙ୍କ ଭାଇ ପରେଶ ଦାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ। ବେଆଇନ ବାଣ ଭିଡିବା ବେଳେ ବିସ୍ଫୋରଣରେ ଘରର ଛାତ ଉଡିଯାଇଛି । ଘଟଣାସ୍ଥଳରେ ପହଞ୍ଚିଛି ସାଇଣ୍ଟିଫିକ୍ ଓ ବମ୍ ସ୍କ୍ବାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି ରାତିରେ ଜଗତସିଂହପୁର ସଦର ଥାନା ବଡ଼ବାଗ ଗାଁରେ ବାଣ ଭିଡ଼ୁଥିବା ବେଳେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଫଳରେ ଏକ କୋଠା ଘରର ଛାତ ସମେତ କାନ୍ଥ ଭାଙ୍ଗି ଛିନଛତ୍ର ହୋଇଯାଇଥିଲା। ଭଙ୍ଗା କୋଠା ଭିତରେ ଘରର କିଛି ସଦସ୍ୟ ଚାପି ହୋଇ ରହିଥିଲେ। ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ତେବେ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ବିସ୍ଫୋରଣ କିଭଳି ହେଲା, ବିସ୍ଫୋରଣ ପଛର କାରଣ କଣ, ବାଣ ପାଇଁ ବିସ୍ଫୋରଣ ହୋଇଛି କି ଆଉ କିଛି, ଯଦି ବାଣ ତେବେ ଏହା ଆଇନ ସମତ କି ବେଆଇନ୍ ଭାବେ ଭିଡ଼ା ଯାଉଥିଲା ଏମିତି ଅନେକ ପ୍ରଶ୍ନକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ତଦନ୍ତ ପାଇଁ ଆଜି ଘଟଣାସ୍ଥଳରେ ପହଞ୍ଚିଛି ସାଇଣ୍ଟିଫିକ୍ ଓ ବମ୍ ସ୍କ୍ବାର୍ଡ । ଜିଲ୍ଲାପାଳଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଛି। ଏହାଛଡ଼ା ବରିଷ୍ଠ ପୁଲିସ ଅଧିକାରୀମାନେ ବି ପହଞ୍ଚିଛନ୍ତି।

Comments are closed.