Latest Odisha News

ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ କରାଇଥିବା ଡ. ରାଜଗୋପାଳ ଚିଦାମ୍ବରମଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ କରିଥିବା ବୈଜ୍ଞାନିକ ଡ. ରାଜଗୋପାଳ ଚିଦାମ୍ବରମଙ୍କ ଡିସେମ୍ବର ୨ ତାରିଖରେ ପରଲୋକ ଘଟିଛି। ଦେହାନ୍ତ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

୧୯୭୫ ଏବଂ ୧୯୯୮ରେ ଆଣବିକ ପରୀକ୍ଷଣରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ପରମାଣୁ ଶକ୍ତି ବିଭାଗର ଜଣେ ଅଧିକାରୀ ତାଙ୍କ ଦେହାନ୍ତ ନେଇ ସ୍ପଷ୍ଟ କରିଛନ୍ତି। ଶନିବାର ସକାଳେ ମୁମ୍ବାଇର ଜସଲୋକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଆଣବିକ ପରୀକ୍ଷଣ ଠାରୁ ଆରମ୍ଭ କରି ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ପର୍ଯ୍ୟନ୍ତ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଭାରତକୁ ଆଣବିକ ଶକ୍ତି ପ୍ରଦାନ କରିବାରେ ମଧ୍ଯ ସେ ସହଯୋଗ କରିଥିଲେ। ସେ ଆଟୋମିକ୍ ଏନର୍ଜି କମିଶନ ଅଧ୍ୟକ୍ଷ ତଥା ଭାରତ ସରକାରଙ୍କ ପ୍ରିନ୍ସିପାଲ୍ ସାଇଣ୍ଟିଫିକ ଆଡଭାଇଜର ଥିଲେ। ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୧୯୭୫ରେ ପଦ୍ମଶ୍ରୀ ଏବଂ ୧୯୯୯ରେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା।

 

Comments are closed.