Latest Odisha News

BREAKING NEWS

ରହସ୍ୟମୟ ନାଗ ମନ୍ଦିର, ଯେଉଁଠି ସହସ୍ରାଧିକ ସର୍ପ ପାଆନ୍ତି ପୂଜା !

ଭୁବନେଶ୍ୱର: ଭାରତୀୟ ପରମ୍ପରାରେ ଅନେକ ଦେବା ଦେବୀଙ୍କ ସମେତ ସେମାନଙ୍କ ବାହନକୁ ମଧ୍ୟ ସମ୍ମାନର ସହିତ ପୂଜାର୍ଚ୍ଚନା କରାଯାଇଥାଏ । ଭାରତୀୟ ଦେବାଦେବୀଙ୍କ ସମେତ ଅନେକ ପଶୁ, ପକ୍ଷୀ, ବୃକ୍ଷରାଜି ତଥା ସରୀସୃପଙ୍କୁ ମଧ୍ୟ ଭାରତର କେତେକ ସ୍ଥାନରେ ଉପାସନା କରାଯିବାର ପୂରାତନ ବିଧି ରହିଛି ।

ଭାରତର ଦକ୍ଷିଣରେ ଥିବା କେରଳ ରାଜ୍ୟର ଅଲଫୁଜା ଜିଲ୍ଲାର ହରିପଦ ଠାରେ ରହିଛି ମନରସରଲା ମନ୍ଦିର । ଏହି ସର୍ପମନ୍ଦିରରେ ନାଗରାଜଙ୍କୁ ଆରାଧନା କରାଯାଇଥାଏ ।

ଯେଉଁଠି ପୂଜା ପାଆନ୍ତି ସହସ୍ରାଧିକ ସର୍ପ । ମନରସଲା ମନ୍ଦିର ମଧ୍ୟରେ ରହିଥିବା ପ୍ରତ୍ୟେକ ସର୍ପ ମୂର୍ତ୍ତିର ଆକାର ଅନ୍ୟଠୁଁ ଭିନ୍ନ । ପ୍ରତ୍ୟେକ ମୂର୍ତ୍ତିର ଓଜନ ମଧ୍ୟ ଅନ୍ୟ ମୂର୍ତ୍ତିଠାରୁ ଅଲଗା । ପ୍ରତ୍ୟେକ ମୂତ୍ତିର ଭଙ୍ଗୀ ନିଶ୍ଚିତ ରୂପେ ଅନ୍ୟଠୁ ସ୍ୱତନ୍ତ୍ର ଦୃଶ୍ୟ ହୋଇଥାଏ ।

ଏହି ସର୍ପମନ୍ଦିରକୁ ପ୍ରଥମକରି ଆସୁଥିବା ପର୍ଯ୍ୟଟକ ତଥା ପରିଦର୍ଶକ ମାନଙ୍କୁ ମନ୍ଦିର ଭିତର ଦୃଶ୍ୟ ପ୍ରକୃତରେ ଆଶ୍ଚର୍ଯ୍ୟ ଚକିତ କରିଥାଏ । ଏହି ମନ୍ଦିରରେ କେବଳ ଶହେ ନୁହେଁ କି ଦୁଇଶହ ନୁହେଁ ମନ୍ଦିର ଭିତରେ ରହିଛି ପ୍ରାୟ ୩୦ ହଜାରରୁ ଅଧିକ ସର୍ପମାନଙ୍କର ବିରାଟକାୟ ମୂର୍ତ୍ତି । ସେହି ମୂର୍ତ୍ତି ଗୁଡ଼ିକର ଭାବଭଙ୍ଗୀ ମଧ୍ୟ ରହସ୍ୟମୟ ।

ବହୁ ପୂର୍ବରୁ ସମଗ୍ର କେରଳ ରାଜ୍ୟରେ ବିଶ୍ୱାସ ରହିଛି ଯେ, ପ୍ରେମ ସମ୍ପର୍କ ସ୍ଥାପନରେ ସଫଳତା ବା ସନ୍ତାନସନ୍ତତି ଲାଭ ନିମନ୍ତେ ମାନସିକ କରୁଥିବା ସମସ୍ତ ଶ୍ରଦ୍ଧାଳୁମାନଙ୍କର ମନୋସ୍କାମନା ନିଶ୍ଚିତ ରୂପେ ପୂର୍ଣ୍ଣ ହୋଇଥାଏ ଏହି ମନ୍ଦିରରେ ।

ଏହି ସର୍ପମନ୍ଦିରକୁ ପ୍ରଥମକରି ଆସୁଥିବା ପର୍ଯ୍ୟଟକ ତଥା ପରିଦର୍ଶକ ମାନଙ୍କୁ ମନ୍ଦିର ଭିତର ଦୃଶ୍ୟ ପ୍ରକୃତରେ ଆଶ୍ଚର୍ଯ୍ୟ ଚକିତ କରିଥାଏ ।

ପୌରାଣିକ ବର୍ଣ୍ଣନା ଅନୁସାରେ ଏହି ସ୍ଥାନର ମଧ୍ୟ ଅନେକ ମହତ୍ୱ ରହିଛି । ଏହି ସ୍ଥାନ ସର୍ପ ଉପାସକ ମାନଙ୍କ ପାଇଁ ଏକ ପବିତ୍ର ସ୍ଥାନ।ଶାସ୍ତ୍ର ବର୍ଣ୍ଣନା ଅନୁସାରେ କେରଳ ରାଜ୍ୟର ଉତ୍ପତ୍ତି ସହିତ ମନରସଲାର ସର୍ପ-ଉପାସନାର ସଂପର୍କ ରହିଥିବା ଜଣା ଯାଏ ।

ଶାସ୍ତ୍ର ଅନୁସାରେ ଭଗବାନ ପର୍ଶୁରାମହିଁ କେରଳ ରାଜ୍ୟର ସ୍ଥାପନା କରିଥିଲେ । କ୍ଷତ୍ରିୟ ମାନଙ୍କୁ ବିନାଶ କରିଥିବାରୁ ପର୍ଶୁରାମ ଶାପ ଗ୍ରସ୍ଥ ହୋଇଥିଲେ ଆଉ ଏହି ଶାପରୁ ମୁକ୍ତି ପାଇବା ପାଇଁ ତାଙ୍କୁ ଏକ ସ୍ଥଳ ଭାଗ ଦାନ ଭାବରେ ବ୍ରାହ୍ଣଣ ମାନଙ୍କୁ ଦେବାକୁ ପଡିଥିଲା । ଆଉ ବିଶ୍ୱାସ ଅନୁସାରେ ଭଗବାନ ପର୍ଶୁରାମ ଏହି ସ୍ଥଳଭାଗ ପାଇଁ ଜଳଦେବତା ବରୁଣଙ୍କୁ ଅନୁରୋଧ କରିଥିଲେ । ଆଉ ପର୍ଶୁରାମ ନିଜ ଭଗବାନ ଶିବଙ୍କ ଠାରୁ ପାଇଥିବା ତୀରକୁ ସମୁଦ୍ର ମଧ୍ୟକୁ କ୍ଷେପଣକରିଥିଲେ ଆଉ ଏକ ସ୍ଥଳଭାଗ ସୃଷ୍ଟି ହୋଇଥିଲା ।

ସେହି ସ୍ଥଳଭାଗ ହିଁ କେରଳ ରାଜ୍ୟ ବୋଲି ବିଶ୍ୱାସକରାଯାଏ ।

ଏହି ପବିତ୍ର ସର୍ପ ଉପାସନାର କ୍ଷେତ୍ର ଆଜି ଅନେକ ନିସନ୍ତାନ ମାନଙ୍କ ପାଇଁ ଆଶାର କିରଣ ସାଜିଛି ।

Leave A Reply

Your email address will not be published.