Latest Odisha News

ପୁଣି ଅଡୁଆରେ ନୟନତାରା, ୫ କୋଟିର ନୋଟିସ୍ ପଠାଇଲା ‘ଚନ୍ଦ୍ରମୁଖୀ’

ଚେନ୍ନାଇ: ନେଟଫ୍ଲିକ୍ସରେ ଲେଡି ସୁପରଷ୍ଟାର ନୟନତାରାଙ୍କ ଡକ୍ୟୁମେଣ୍ଟାରୀ ‘ନୟନତାରା: ବିଅଣ୍ଡ୍ ଦ ଫେରିଟେଲ୍’ ଷ୍ଟ୍ରିମ୍ ହେଉଛି। ଯାହାକୁ ନେଇ ସେ ଅନ୍ୟ ଏକ ଆଇନଗତ ବିବାଦରେ ଛନ୍ଦି ହୋଇଛନ୍ତି।

‘ଚନ୍ଦ୍ରମୁଖୀ’ର ନିର୍ମାତାମାନେ ମଧ୍ୟ ସେମାନଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛନ୍ତି। କାରଣ ତାଙ୍କ ଡକ୍ୟୁମେଣ୍ଟାରୀରେ ୨୦୦୫ ବ୍ଲକବଷ୍ଟର ଫିଲ୍ମର ଫୁଟେଜ୍ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଗତ ବର୍ଷ ଧନୁଷ ଅଭିନେତ୍ରୀଙ୍କ ଡକ୍ୟୁମେଣ୍ଟାରୀର ଏକ କ୍ଲିପକୁ ନେଇ ମଧ୍ଯ ଆଇନଗତ ନୋଟିସ୍ ପଠାଇଥିଲେ।

ଖବର ଅନୁଯାୟୀ ନିର୍ମାତାମାନେ ଉଭୟ ନୟନତାରା ଏବଂ ନେଟଫ୍ଲିକ୍ସକୁ ଏକ ଆଇନଗତ ନୋଟିସ୍ ଜାରି କରିଛନ୍ତି। ଚନ୍ଦ୍ରମୁଖୀଙ୍କ ଏକ କ୍ଲିପକୁ ନେଇ ବିବାଦ ଉପୁଜିଛି।

ତେବେ ଏହି କ୍ଲିପ୍ ଡକ୍ୟୁମେଣ୍ଟାରୀରେ ବିନା ଅନୁମତିରେ ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ସେମାନେ ଅଭିନେତ୍ରୀ ଏବଂ ଓଟିଟି ପ୍ଲାଟଫର୍ମ ଉପରେ ୫ କୋଟି ଟଙ୍କାର ଆଇନଗତ ନୋଟିସ୍ ପଠାଇଛନ୍ତି।

ଅପରପକ୍ଷରେ ଏନେଇ ନୟନତାରା ଏପର୍ଯ୍ୟନ୍ତ ପ୍ରତିକ୍ରିୟା ଦେଇନାହାଁନ୍ତି।

Leave A Reply

Your email address will not be published.