Latest Odisha News

BREAKING NEWS

ବଢିଲା ଓପିଏସସିର ପରୀକ୍ଷାଜୋନ ସଂଖ୍ୟା, ଜୟପୁରରେ ହେବ ନୂତନ ଜୋନ୍

ଭୁବନେଶ୍ଵର: ଜୟପୁରରେ ହେବ ଓପିଏସସିର ନୂଆ ପରୀକ୍ଷା ଜୋନ୍‌ । ଲିଖିତ ପରୀକ୍ଷା ପାଇଁ ଜୟପୁରରେ ହେବ ନୂଆ ଜୋନ୍‌। ନୂଆ ପରୀକ୍ଷା ଜୋନ୍ ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ବର୍ତ୍ତମାନ ଓପିଏସସିର ୫ଟି ପରୀକ୍ଷା ଜୋନ୍ ଅଛି । ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ ଏବଂ ସମ୍ବଲପୁର । ଏହାକୁ ମିଶେଇ ୬ରେ ପହଞ୍ଚିବ ପରୀକ୍ଷା ଜୋନ ସଂଖ୍ୟା ।

ଜାନୁଆରି ୧ ତାରିଖ ଦିନ ରାଜ୍ୟର ନିଯୁକ୍ତି କମିଶନ ମାନଙ୍କ ସହିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦକ୍ଷିଣ ଓଡ଼ିଶା ପାଇଁ କୋରାପୁଟ ଜିଲ୍ଲା ଜୟପୁର ଠାରେ ଏକ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ପାଇଁ ଓଡ଼ିଶା ଲୋକ ସେବା ଆୟୋଗକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଲୋକ ସେବା ଆୟୋଗ ଜୟପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ଭୁବନେଶ୍ବର, କଟକ, ବାଲେଶ୍ବର, ବ୍ରହ୍ମପୁର ଏବଂ ସମ୍ବଲପୁର ସମେତ ଓପିଏସସି’ର ୫ଟି ପରୀକ୍ଷା ଜୋନ୍ ଥିବା ବେଳେ ଏବେ ଜୟପୁର ଏଥିରେ ସାମିଲ ହୋଇଛି।

 

Comments are closed.