Latest Odisha News

ସ୍ପେଲିଂ ଭୁଲ କରି ଫସିଲା ଅପହରଣକାରୀ

ଲକ୍ଷ୍ନୌ: ଉତରପ୍ରଦେଶରେ ଏକ ମଜାଦାର ଘଟଣା ସମ୍ମୁଖକୁ ଆସିଛି । ହରଦୋଇ ଜିଲ୍ଲାରେ ଜଣେ ଅପହରଣକାରୀ ସ୍ପେଲିଂ ଭୁଲ କରି ପୋଲିସ ହାତରେ ଧରା ପଡିଛନ୍ତି । ଆମେ ତୁମ ଛୋଟ ଭାଇ ସନ୍ଦୀପଙ୍କୁ ଅପହରଣ କରିଛୁ ବୋଲି ସଞ୍ଜୟ କୁମାରଙ୍କ ପାଖକୁ ଅଜଣା ନମ୍ବରରୁ ଫୋନ ଆସିଥିଲା । ୫୦୦୦ ଟଙ୍କା ପଠାଇଲେ ଆମେ ସନ୍ଦୀପଙ୍କୁ ଛାଡିବୁ । ଏହା ବ୍ୟତୀତ ଅପହରଣକାରୀ ଏକ ମେସେଜ ମଧ୍ୟ ଦେଇଥିଲେ । ଯେଉଁଥିରେ ଲେଖା ହୋଇଥିଲା ତୁମେ ଅର୍ଥ ନ ଦେଲେ ସନ୍ଦୀପର ଡେଥ ହୋଇଯିବ । ଏଠାରେ ଅପହରଣକାରୀ ଡେଥ ସ୍ପେଲିଂ ଡିଇଟିଏଚ ଲେଖିଥିଲେ ।

ପୋଲିସ ମେସେଜ ପଢ଼ିବା ପରେ ଏହା କମ ପାଠ ପଢ଼ିଥିବା ବ୍ୟକ୍ତିର ଏହା କାମ ବୋଲି ବିଚାର କରିଥିଲା । ମାତ୍ର ୫୦୦୦ ଟଙ୍କା ମାଗିବା ପୋଲିସକୁ ସନ୍ଦେହରେ ପକାଇଥିଲା । ଲୋକେଶନ ଟ୍ରାକ କରିବା ପରେ ପୋଲିସ ସନ୍ଦୀପ ନିକଟରେ ପଂହଚିଥିଲା । ପୋଲିସ ତାଙ୍କୁ ଡେଥ ଶବ୍ଦ ଥିବା ଆଉ ଏକ ବାକ୍ୟ ଲେଖିବାକୁ କହିଥିଲେ । ସନ୍ଦୀପ ଡେଥ ସ୍ପେଲିଂ ଭୁଲ କରିଥିଲେ । ପଚରାଉଚରା ପରେ ଜଣା ପଡିଥିଲା ସନ୍ଦୀପ ଅର୍ଥ ଲୋଭରେ ନିଜର ଅପହରଣ ନାଟକ ରଚିଥିଲା । ଏହି ଘଟଣା ଚର୍ଚ୍ଚାର କାରଣ ସାଜିଛି । ସିଆଇଡି ସିରିୟଲ ଦେଖବ ସନ୍ଦୀପ ଏହି ଷଡଯନ୍ତ୍ର ରଚିଥିଲା ।

Leave A Reply

Your email address will not be published.