ନୂଆଦିଲ୍ଲୀ: ଏସବିଆଇ ନିଜର ଗ୍ରାହକଙ୍କ ପାଇଁ ନୂଆ ଯୋଜନା ଆଣିଛି । ଏହି ଯୋଜନାର ନାଁ ‘ହର ଘର ଲକ୍ଷପତି’ । ଏହା ଏକ ଆରଡି ସ୍କିମ ଅଟେ । ଏହା ମାଧ୍ୟମରେ ଜଣେ ନିବେଶକ ପ୍ରତି ମାସରେ ଛୋଟ ଛୋଟ ସଞ୍ଚୟ କରି ଅଧିକ ଫଣ୍ଡ ସଂଗ୍ରହ କରିପାରିବେ । ବରିଷ୍ଠ ନାଗରିକମାନେ ଏଥିରେ ଅଧିକ ଲାଭ ପାଇବେ, କାରଣ ସାଧାରଣ ନିବେଶକଙ୍କ ଠାରୁ ଅଧିକ ସୁଧ ତାଙ୍କୁ ମିଳିବ ।
ଏସବିଆଇର ଏହି ସ୍ୱତନ୍ତ୍ର ଆରଡି ଯୋଜନାରେ ନିବେଶ ଉପରେ ପ୍ରାପ୍ତ ସୁଧ ଏହା ଗ୍ରାହକ ଏବଂ ପରିପକ୍ୱତା ଅବଧି ଅନୁଯାୟୀ ଭିନ୍ନ ହୋଇଥାଏ । ସାଧାରଣ ନିବେଶକଙ୍କୁ ଏହି ଯୋଜନାରେ ୬.୭୫ ପ୍ରତିଶତ ସୁଧ ଦିଆଯାଉଥିବାବେଳେ ବରିଷ୍ଠ ନାଗରିକମାନଙ୍କୁ ହର ଘର ଲକ୍ଷପତି ଯୋଜନାରେ ପୁଞ୍ଜି ନିବେଶ ଉପରେ ୭.୨୫ ପ୍ରତିଶତ ସୁଧ ଦିଆଯାଉଛି।
ଏହି ଆରଡି ଯୋଜନାର ପରିପକ୍ୱତା ଅବଧି ୩ ରୁ ୧୦ବର୍ଷ ଅଟେ । ଅର୍ଥାତ୍ ଏସବିଆଇର ଏହି ଯୋଜନାରେ ନିବେଶକମାନେ ୩ ରୁ ୧୦ବର୍ଷ ପର୍ଯ୍ୟନ୍ତ ଅର୍ଥ ନିବେଶ କରିପାରିବେ। ଯାହା ପିଲାମାନଙ୍କର ଶିକ୍ଷା କିମ୍ବା ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟବହୃତ ହୋଇପାରିବ ।
‘ହର ଘର ଲକ୍ଷପତି’ଯୋଜନାରେ ଏକ ଆକାଉଣ୍ଟ ଖୋଲିବା ପାଇଁ ବୟସ ସୀମାର ନିୟମ ହେଲା ପିଲାମାନଙ୍କଠାରୁ ବୟସ୍କ ନାଗରିକ ପର୍ଯ୍ୟନ୍ତ ସମସ୍ତେ ଏହି ଯୋଜନାରେ ସହଜରେ ସେମାନଙ୍କ ଆକାଉଣ୍ଟ ଖୋଲିପାରିବେ । ଏହି ଯୋଜନାର ସର୍ତ୍ତାବଳୀକୁ ଦେଖିବା, ତେବେ ୧୦ବର୍ଷରୁ ଅଧିକ ବୟସର ପିଲାମାନେ ଯେଉଁମାନେ ନିଜର ଦସ୍ତଖତ କରିପାରିବେ ସେମାନେ ଯୋଗ୍ୟ ଅଟନ୍ତି, ଛୋଟ ପିଲାମାନଙ୍କର ଆକାଉଣ୍ଟ୍ ପିତାମାତାଙ୍କ ଦ୍ୱାରା ଖୋଲା ଯାଇପାରିବ ।
ଯଦି ଜଣେ ନିବେଶକ ଏକ ଲକ୍ଷ ଟଙ୍କା ଜମା କରିବାକୁ ଚାହାଁନ୍ତି ଏବଂ ୩ବର୍ଷର ପରିପକ୍ୱତା ବାଛନ୍ତି, ତେବେ ତାଙ୍କୁ ତିନି ବର୍ଷ ପାଇଁ ମାସକୁ ୨୫୦୦ ଟଙ୍କା ସଞ୍ଚୟ କରିବାକୁ ପଡିବ । ଏଭଳି ପରିସ୍ଥିତିରେ ସୁଧ ଅନ୍ତର୍ଭୁକ୍ତ କରିବା ପରେ ସେ ପରିପକ୍ୱତା ଉପରେ ୧ଲକ୍ଷ ଟଙ୍କା ପାଇବେ।
୧0 ବର୍ଷର ପରିପକ୍ବତା ଅବଧି ଚୟନ କରନ୍ତି, ତାଙ୍କୁ ପ୍ରତି ମାସରେ ମାତ୍ର ୫୯୧ଟଙ୍କା ନିବେଶ କରିବାକୁ ପଡିବ । ଏସବିଆଇ ହର ଘର ଲକ୍ଷପତି ଆରଡି ଯୋଜନାରେ ଗ୍ରାହକଙ୍କ ଦ୍ୱାରା ମାସିକ କିସ୍ତି ଖାତା ଖୋଲିବା ସମୟରେ ପ୍ରଯୁଜ୍ୟ ସୁଧ ହାର ଆଧାରରେ ହିସାବ କରାଯିବ। ଏହି ଯୋଜନା ଅଧୀନରେ ଗ୍ରାହକମାନେ ସେମାନଙ୍କର ନିକଟତମ ଏସବିଆଇ ଶାଖା ଯାଇ ଆକାଉଣ୍ଟ ଖୋଲିପାରିବେ ।
ପ୍ରତି ମାସରେ ଆକାଉଣ୍ଟରେ ଜମା ହୋଇଥିବା କିସ୍ତି ବିଳମ୍ବ ହୁଏ, ତେବେ ଏଥିରେ ଫାଇନ୍ ବ୍ୟବସ୍ଥା ରହିଛି । ଏହି ଯୋଜନା ଅଧୀନରେ ୧00 ଟଙ୍କା ଉପରେ ୧.୫0 ରୁ ଦୁଇ ଟଙ୍କା ଲେଟ୍ ଫିସ୍ ରହିଛି । ଗୋଟିଏ କଥା ମନେ ରଖିବା ଜରୁରୀ ଯେ ,ଯଦି ଜଣେ ନିବେଶକ କ୍ରମାଗତ ଛଅ କିସ୍ତି ଦେବେ ନାହିଁ, ତା’ହେଲେ ତାଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ ଏବଂ ଜମା ହୋଇଥିବା ରାଶି ତାଙ୍କ ସେଭିଂ ଆକାଉଣ୍ଟକୁ ଆସିଯିବ ।