ଭୁବନେଶ୍ବର: ଆସନ୍ତା ଫେବୃଆରୀରେ ଦୁଇ ଦିନ ବନଦ ରହିବ ବ୍ୟାଙ୍କ । ଫେବୃଆରୀ ୨୪ ଓ ୨୫ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବ । ସର୍ବ ଭାରତୀୟ ଅଫିସର ମହାସଂଘ (ଏଆଇବିଓସି) ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ କରାଯିବ ।
ତେବେ ମହାସଂଘ ପକ୍ଷରୁ ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ, ସବୁ କ୍ୟାଡରରେ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଏବଂ ଦୀର୍ଘଦିନ ହେଲା ପଡ଼ି ରହିଥିବା ଅନ୍ୟାନ୍ୟ ଦାବିଗୁଡ଼ିକର ସମାଧାନ ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି ।
କିଛି ଦିନ ପୂର୍ବେ ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ଯାହାକୁ ମହାସଂଘ ପକ୍ଷରୁ କଡା ସମାଲୋଚନା କରାଯାଇଛି । ଏହି ନିର୍ଦ୍ଦେଶନାମା କର୍ମଚାରୀମାନଙ୍କ ନିଯୁକ୍ତି ସୁରକ୍ଷା ସହ ସାଲିସ କରୁଛି ଏବଂ ସେମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଥିବା ମହାସଙ୍ଘ ପକ୍ଷରୁ କୁହାଯାଇଛି ।
ଚଳିତମାସରେ ଧର୍ମଘଟ ନୋଟିସ୍ ଦିଆଯିବା ପରେ ଆଗକୁ ଅଧିକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।