ଅଘୋରୀ ସାଧୁମାନେ ମନ୍ଦିରରେ ଥିବା ତୀର୍ଥ ସ୍ଥାନରେ ବାସ କରନ୍ତି। କୁମ୍ଭ ମେଳାରେ ଅଘୋରୀ ସାଧୁମାନଙ୍କୁ ଦେଖିବାକୁ ମିଳିଥାଏ। ଏମିତିରେ ବି ଅଘୋରୀ ସାଧୁମାନେ ରହସ୍ୟମୟ ହୋଇଥାନ୍ତି ଏବଂ ଲୋକେ ସେମାନଙ୍କ ସମ୍ପର୍କରେ ଜାଣିବାକୁ ଉତ୍ସୁକ ଥାଆନ୍ତି। କିନ୍ତୁ ଅଘୋରୀଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ ହୋଇଥିବାରୁ କିଛି ଜଣା ପଡେନି। ଆସନ୍ତୁ ଜାଣିବା ଅଘୋରୀ ସାଧୁଙ୍କ ବିଷୟରେ କିଛି ଖାସ ତଥ୍ୟ।
ସାଧସନ୍ଥଙ୍କର ଏହି ସମ୍ପ୍ରଦାୟ ସାଧାରଣ ଲୋକଙ୍କ ମଧ୍ୟରେ ରୁହନ୍ତି ନାହିଁ। ସେମାନେ ଜଙ୍ଗଲ, ପର୍ବତ କିମ୍ବା ଗୁମ୍ଫାରେ ବାସ କରନ୍ତି। ଏହି ବାବାମାନେ କେବଳ କୁମ୍ଭ, ମହାକୁମ୍ଭ ଭଳି ବିଶେଷ ଉତ୍ସବରେ ବାହାରକୁ ଆସି ବିଶ୍ୱଶାନ୍ତି ପାଇଁ ହୋମଯଜ୍ଞ କରିଥା’ନ୍ତି। ଏହାପରେ ସମସ୍ତଙ୍କୁ ଆର୍ଶୀବାଦ ଦେଇ ନିଜ ଦୁନିଆକୁ ଫେରି ଯାଆନ୍ତି। କୁହାଯାଏ ଯେ ଅଘୋରୀ ସାଧୁମାନଙ୍କ ଜୀବନ ଅଦ୍ଭୁତ ଓ ବଡ ବିଚିତ୍ର । ତାଙ୍କ ରହିବା, ଖାଇବା, ପିଇବା ସବୁ କିଛି ଅଦ୍ଭୁତ। ଅଘୋରୀଙ୍କ କଥା କିଛି ଅଜଣା, ଅଶୁଣା ନୁହଁ। ଅଘୋରୀ ସାଧୁମାନେ ଭଗବାନ ଶିବଙ୍କର ଭକ୍ତ ହୋଇଥାନ୍ତି ଓ ଭୋଳାଶଙ୍କରଙ୍କୁ ହିଁ ମାନନ୍ତି। ଭୋଳାଶଙ୍କର ଭକ୍ତ ନିଜ ଶରୀରରେ କମ ବସ୍ତ୍ର ଧାରଣ କରନ୍ତି। ପୁରା ଶରୀରରେ ପାଉଁଶ ଲଗାନ୍ତି। ଅଧିକାଂଶ ସମୟରେ ଲୋକେ ଅଘୋରୀ ସାଧୁମାନଙ୍କ ଦେଖି ଡରି ଯାନ୍ତି। କିନ୍ତୁ ଅଘୋରୀ ସରଳ ସ୍ୱଭାବ ଓ ସିଦ୍ଧ ହୋଇଥାନ୍ତି।
ଅଘୋରୀ ବାବା ସାଧୁସନ୍ଥଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି। ସେମାନେ କିଟମିଟ୍ ଅନ୍ଧାର ରାତିରେ ଶ୍ମଶାନ ଘାଟରେ ତନ୍ତ୍ର ସାଧନ କରିଥା’ନ୍ତି। ଏହି ତନ୍ତ୍ର ସାଧନରେ ସେମାନେ ମହିଳା ମୃତଦେହଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥା’ନ୍ତି। ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଅଘୋରୀ ସାଧୁମାନେ ଏହା ପଛରେ କାରଣ କୁହନ୍ତି ଯେ ଏହା ଶିବ ଏବଂ ଶକ୍ତିଙ୍କ ଉପାସନା କରିବାର ଏକ ମାଧ୍ୟମ। ଏବଂ ଏହା ତାଙ୍କର ସାଧନାର ସବୁଠାରୁ ସରଳ ପଦ୍ଧତି। ସାଧୁମାନେ କୁହନ୍ତି ଯେ ଯଦି ମୃତ ଶରୀର ସହିତ ଶାରୀରିକ ସମ୍ପର୍କ ରଖିବା ସମୟରେ ମଧ୍ୟ ମନ ଶିବଙ୍କ ଭକ୍ତିରେ ବୁଡ଼ି ରହେ, ତେବେ ଏହାଠାରୁ ବଡ଼ ତପସ୍ୟା ଆଉ କିଛି ହୋଇପାରେ ନାହିଁ। ସେମାନେ ତନ୍ତ୍ର ବିଦ୍ୟାରେ ଆହୁରି ଦକ୍ଷତା ହାସଲ କରନ୍ତି। ସାଧାରଣତଃ, ଋଷିମାନେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି। କିନ୍ତୁ ଅଘୋରୀ ସାଧୁମାନେ ଠିକ୍ ଏହାର ବିପରୀତ ଜୀବନଯାପନ କରନ୍ତି। ତାଙ୍କର କେବଳ ମୃତଦେହ ସହିତ ଶାରୀରିକ ସମ୍ପର୍କ ନାହିଁ ବରଂ ସେମାନେ ଜୀବିତ ମଣିଷଙ୍କ ସହିତ ମଧ୍ୟ ସମ୍ପର୍କ ଗଠନ କରନ୍ତି।
ଅଘୋରୀ ବାବାମାନେ ଶ୍ମଶାନରେ ତନ୍ତ୍ର ସାଧନ କରିବାବେଳେ ସେଠାରୁ ଅର୍ଦ୍ଧପୋଡ଼ା ମୃତଦେହକୁ ବାହାର କରି ସେଗୁଡ଼ିକର ମାଂସ ଖାଆନ୍ତି କିନ୍ତୁ ଗାଇ ମାଂସ ଖାଆନ୍ତି ନାହିଁ। ସେମାନେ ସେହି ମୃତ ଶରୀରର ବିଭିନ୍ନ ଦ୍ରବ୍ୟ ମଧ୍ୟ ବ୍ୟବହାର କରନ୍ତି। କୁହାଯାଏ ଏପରି କରିବା ଦ୍ବାରା ବାବାମାନଙ୍କର ତନ୍ତ୍ର କରିବାର ଶକ୍ତି ବୃଦ୍ଧି ହୋଇଥାଏ। ଭଗବାନ ଶିବଙ୍କର ୫ଟି ରୂପ ମଧ୍ୟରୁ ଗୋଟିଏ ରୂପ ହେଉଛି ଅଘୋର। ଶିବଙ୍କ ଉପାସନା କରିବା ପାଇଁ ଅଘୋରୀ ଶବ ଉପରେ ବସି ତପସ୍ୟା କରିଥାନ୍ତି। ଅଘୋରୀ ୩ ପ୍ରକାରର ତପସ୍ୟା କରିଥାନ୍ତି । ସେଗୁଡ଼ିକ ହେଲା, ଶିବ ତପସ୍ୟା ଯେଉଁଥିରେ ମହାକାଳଙ୍କୁ ମାଂସ ଏବଂ ମଦର ଭୋଗ ଲଗାଯାଇଥାଏ। ଦ୍ୱିତୀୟ ଶିବ ତପସ୍ୟା ଯେଉଁଥିରେ ମୃତଦେହ ଉପରେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ଶିବଙ୍କ ଉପାସନା କରାଯାଇଥାଏ। ତୃତୀୟଟି ହେଉଛି ଶ୍ମଶାନ ତପସ୍ୟା ଯେଉଁଥିରେ ଯଜ୍ଞ କରାଯାଇଥାଏ। ସେମାନେ ଥରେ ଯାହା କୁହନ୍ତି ତାହା ସତ ହୋଇଯାଏ ବୋଲି ବିଶ୍ବାସ ରହିଛି। ଅଘୋରୀ ସାଧୁମାନେ ଅଭିଶାପ ଦେଲେ ମଧ୍ୟ ଶୀଘ୍ର ଫଳିଥାଏ ବୋଲି କୁହାଯାଏ।