ଭୁବନେଶ୍ବର: ଅସହାୟ ସହଦେବ ନାୟକଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସହଦେବଙ୍କ ପରିବାରକୁ ସେ ୫୦ ହଜାର ଟଙ୍କା ନଗଦ ଦେଇଥିବା ବେଳେ ତାଙ୍କ ୨ ଝିଅଙ୍କ ପଢ଼ିବା ଦାୟିତ୍ୱ ନେଇଛନ୍ତି। ଆଜି ସହଦେବଙ୍କ ପରିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।
ସେହିପରି ସହଦେବଙ୍କ ପତ୍ନୀ ସୁନିତା ନାୟକଙ୍କୁ ବିଏମସି ଅଧୀନରେ କମ କରୁଥିବା ୫ଟି ଏଜେନ୍ସ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି। ବିଏମସି ଅଧୀନରେ କାର୍ଯ୍ୟରତ ୫ ସଫେଇ ଏଜେନ୍ସି ଗ୍ରୀନ ସର୍କଲ, ଜାଗୃତି, ଅୱାରଲ୍ୟାଣ୍ଡ, ପିଏମଆର, ପିଏଚଆର ପ୍ରମୁଖ ଏହି ସହାୟତା କରିଛନ୍ତି। ଅନ୍ୟପକ୍ଷରେ ସୁନିତାଙ୍କୁ ଜାଗୃତି ଏଜେନ୍ସିରେ ସୁପରଭାଇଜର ଭାବେ ନିଯୁକ୍ତ କରାଯାଇଛି। ସୁନିତାଙ୍କୁ ସ୍ଥାୟୀ ନିଯୁକ୍ତି ସହ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାରଙ୍କୁ ବିଏମସି ଚିଠି ଲେଖିଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ଜାନୁଆରୀ ୮ ତାରିଖ ସକାଳେ ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବ ମୁଖର ଥିବା ଭୁବନେଶ୍ୱରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ରସୁଲଗଡ଼ ଫ୍ଲାଏ ଓଭର ରେ ସହଦେଵ ନାୟକ ଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। କଡା ସୁରକ୍ଷା ବଳୟରେ ଥିବାବେଳେ ଭୁବନେଶ୍ୱରରେ ଏପରି ଵୀଭତ୍ସ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ କମିସନରେଟ୍ ପୋଲିସ ଗିରଫ କରିଛି।