Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଆରମ୍ଭ ହେଲା ଓଢ଼ଣୀ ଷଷ୍ଠୀ ନୀତି; ମହାପ୍ରଭୁଙ୍କ ଶୀତବସ୍ତ୍ର ପରିଧାନକୁ ଶ୍ରଦ୍ଧାଳୁଙ୍କ ଅପେକ୍ଷା…

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଶୀତ ହୁଏ । ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ । ମାର୍ଗଶୀର ମାସ ଶୁକ୍ଲପକ୍ଷ ଷଷ୍ଠୀରେ ଓଢ଼ଣୀ ପର୍ବ ପାଳିତ ହୁଏ ।

ଓଢ଼ଣୀ ଷଷ୍ଠୀ ବା ଘୋଡ ଲାଗି ଭାବେ ଏହା ପରିଚିତ । ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକ ଏହି ଘୋଡ ପ୍ରସ୍ତୁତ କରିଥାନ୍ତି । ପଂଚମୀ ଦିନ ରାତିରେ ଚନ୍ଦନଲାଗି ନୀତି ପରେ ଘୋଡ ଅଧିବାସ ହୋଇଥିଲା ।

ଚତୁର୍ଦ୍ଧାମୂର୍ତିଙ୍କ ବ୍ୟତୀତ ବିମଳା, ସରସ୍ୱତୀ, ଲକ୍ଷ୍ମୀ ତଥା ମଦନମୋହନ ଘୋଡ ଲାଗି ହୋଇଥିଲା । ମାଘ ସପ୍ତମୀ (ବସନ୍ତ ପଂଚମୀ) ପର୍ଯ୍ୟନ୍ତ ଏହି ନୀତି ଚାଲିବ । ପତନୀ, ଗୀତଗୋବିପତନୀ, ଗୀତଗୋବିନ୍ଦ ପାଟ ଓ ସୂତା ପାଟରେ ଠାକୁରଙ୍କ ଶୀତବସ୍ତ୍ର ତିଆରି କରାଯାଇଥାଏ ।

Leave A Reply

Your email address will not be published.