Latest Odisha News

BREAKING NEWS

ଜିଓ ଏହି ୟୁଜରଙ୍କୁ ମାଗଣା ୟୁଟ୍ୟୁବ୍ ପ୍ରିମିୟମ୍ ଉପହାର ଦେଇଛି, ଆପଣ ମଧ୍ୟ ଏହାର ଲାଭ ଉଠେଇପାରିବେ

ଭୁବନେଶ୍ବର: ଯଦି ଆପଣ ରିଲାଏନ୍ସ ଜିଓର JioAirFiber ଏବଂ JioFiber ପୋଷ୍ଟପେଡ୍ ବ୍ୟବାହାରକାରୀ ଅଟନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଜିଓ ଏହି ଉପଭୋକ୍ତାମାନଙ୍କୁ ୨୪ମାସ ପାଇଁ ମାଗଣା ୟୁଟ୍ୟୁବ୍ ପ୍ରିମିୟମ୍ ମେମ୍ବରସିପ୍ ପ୍ରଦାନ କରିଛି । ୮୮୮ ରୁ ୩୪୯୯ ଟଙ୍କା ପର୍ଯ୍ୟନ୍ତ ପ୍ଲାନ ନେଉଥିବା ଉପଭୋକ୍ତାମାନଙ୍କ ପାଇଁ ଏହି ଅଫର ଉପଲବ୍ଧ । ଏହି ଅଫର ଚଳିତ ମାସ ୧୧ ଜାନୁଆରୀରୁ ଆରମ୍ଭ ହୋଇଛି ।

ଏଥିପାଇଁ ଯୋଗ୍ୟ ୟୁଜରମାନେ ୟୁଟ୍ୟୁବ୍ ପ୍ରିମିୟମ୍ ବ୍ୟାନରରେ କ୍ଲିକ୍ କରି ଏବଂ ସେମାନଙ୍କର ୟୁଟ୍ୟୁବ୍ କ୍ରିଡେନସିୟଲ ସହ ସାଇନ୍ ଇନ୍ କରି MyJio ଆପ୍ ମାଧ୍ୟମରେ ସେମାନଙ୍କର ସଦସ୍ୟତା ସକ୍ରିୟ କରିପାରିବେ । ଏହି ସେବା ଜିଓର ସେଟ୍-ଟପ୍ ବକ୍ସ ସହିତ ସମସ୍ତ ଡିଭାଇସରେ ଉପଲବ୍ଧ ହେବ ।

ଏହି ପ୍ଲାନରେ ମିଳିବ ସୁବିଧା:-

JioFiber/AirFiber – ୮୮୮ ଟଙ୍କା
JioFiber/AirFiber – ୧୧୯୯ଟଙ୍କା
JioFiber/AirFiber – ୧୪୯୯ ଟଙ୍କା
JioFiber/AirFiber – ୨୪୯୯ ଟଙ୍କା
JioFiber/AirFiber – ୩୪୯୯ ଟଙ୍କା

ୟୁଟ୍ୟୁବ ପ୍ରିମିୟମ ନେଲେ, ଆପଣ ଭିଡିଓକୁ ବ୍ୟାକ୍‌ କରିବା ପରେ ବି ନିଜର ପସନ୍ଦ ଭିଡିଓକୁ ବ୍ୟାଙ୍କଗ୍ରାଉଣ୍ଡରେ ଚଲାଇପାରିବେ । ଅର୍ଥାତ ବ୍ୟାକ୍‌ କରିବା ପରେ ମଧ୍ୟ ବ୍ୟାଙ୍କଗ୍ରାଉଣ୍ଡରେ ଭିଡିଓର ଅଡିଓ ଶୁଣିପାରିବେ । ଏହାବାଦ ଆପଣ YouTube Musicର ମଧ୍ୟ ବ୍ୟବହାର କରିପାରିବେ । ଯେଉଁମାନେ ଅଧିକରୁ ଅଧିକ ସମୟ ସ୍ମାର୍ଟଫୋନ ବା ସ୍ମାର୍ଟ ଟିଭିରେ ୟୁଟ୍ୟୁବ ଭିଡିଓ ଦେଖିଥାନ୍ତି ତାଙ୍କ ପାଇଁ ଏହା ବେଶ୍ ଲାଭଦାୟକ ।

 

Leave A Reply

Your email address will not be published.