ନୂଆଦିଲ୍ଲୀ: ଗତ ବର୍ଷ ୨୦୨୪ରେ ଜମ୍ମୁ-କାଶ୍ମୀରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୬୦ ପ୍ରତିଶତ ଆତଙ୍କବାଦୀ ପାକିସ୍ତାନୀ ବଂଶୋଦ୍ଭବ ରହିଥିଲେ । ଆଉ ଆଜିକା ଦିନରେ ଜମ୍ମୁ-କାଶ୍ମୀରରେ ରହୁଥିବା ଆତଙ୍କୀଙ୍କ ମଧ୍ୟରେ ମଧ୍ୟ ୮୦ ପ୍ରତିଶତ ପାକିସ୍ତାନୀ ଆତଙ୍କବାଦୀ । ଆଜି ନିୟନ୍ତ୍ରଣ ରେଖା (ଏଲଓସି)ରେ ବର୍ତ୍ତମାନର ସ୍ଥିତି ଉପରେ ମତ ରଖି କିଛି ,ପରି ସୂଚନା ଦେଇଛନ୍ତି ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ।
ଏନେଇ ସେନା ମୁଖ୍ୟ କହିଛନ୍ତି, ବର୍ତ୍ତମାନ ଜମ୍ମୁ-କାଶ୍ମୀରର ସ୍ଥିତି ଢେର୍ ନିୟନ୍ତ୍ରିତ ରହିଛି । ୨୦୨୧ରୁ ନିୟନ୍ତ୍ରଣ ରେଖାରେ କାର୍ଯ୍ୟକାରୀ ହୋଇଥିବା ଅସ୍ତ୍ରବିରତି ଏବେ ବି ଜାରି ରହିଛି । ହେଲେ ଏବେବି ସେପଟରେ ଆତଙ୍କବାଦ ଭିତ୍ତିଭୂମି ସକ୍ରିୟ ରହିଛି । ଅନୁପ୍ରବେଶଙ୍କ ପ୍ରୟାସ ଜାରି ରହିଛି । ଏଥିରେରେ ଅନ୍ତର୍ଜାତୀୟ ସୀମା କ୍ଷେତ୍ରରୁ ବିଭିନ୍ନ ପ୍ରୟାସ ଏବଂ ନିଶାଦ୍ରବ୍ୟ ଚୋରା ଚାଲାଣ ପାଇଁ ଡ୍ରୋନ୍ ପ୍ରୟାସ ମଧ୍ୟ ଜାରି ରହିଛି । ଏଥିସହିତ ସେ ଏହାବି କହିଛନ୍ତି, ଯେ ନିକଟ ମାସଗୁଡ଼ିକରେ ଉତ୍ତର କାଶ୍ମୀର ଏବଂ ଡୋଡା-କିସ୍ତୱାର ବେଲ୍ଟରେ ଆତଙ୍କବାଦୀ କାର୍ଯ୍ୟକଳାପ ଆଗ ଅପେକ୍ଷା ବୃଦ୍ଧି ପାଇଛି । କିନ୍ତୁ ସାମଗ୍ରିକ ହିଂସା ନିୟନ୍ତ୍ରଣରେ ରହିଛି ।
ଆମେ ଦେଖିଛୁ , ଅମରନାଥ ଯାତ୍ରା ସମୟରେ କିପରି ୫ ଲକ୍ଷରୁ ଅଧିକ ଭକ୍ତ ନିଜ ଆଡୁ ଶାନ୍ତି ପୂର୍ଣ୍ଣଭାବେ ନିର୍ବାଚନ କରାଇବାରେ ସାହାର୍ଯ୍ୟ କରିଥିଲେ । ଯାହା ଯୁକ୍ତାତ୍ମକ ପରିବର୍ତ୍ତନ ପାଇଁ ଏକ ବଡ ସଙ୍କେତ ବୋଲି ମତ ରଖିଛନ୍ତି ସେନାମୁଖ୍ୟ । ଏଥିସହିତ ସେନା ବର୍ତ୍ତମାନ କୌଣସି ପରିସ୍ଥିତି ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତି ରହିଛି ବୋଲି ସେ ଦୃଢୋକ୍ତି ରଖିଛନ୍ତି ।