Latest Odisha News

BREAKING NEWS

୩ ଦିନ ହେଲା ଖାଡା ଉପାସ ଶ୍ରୀଲିଙ୍ଗରାଜ: ମନ୍ତ୍ରୀ କହିଲେ ‘ଦୁର୍ଭାଗ୍ୟଜନକ, କଡା କାର୍ଯ୍ୟନୁଷ୍ଠାନ ହେବ’

ଭୁବନେଶ୍ବର: ସବୁ ସୀମା ଟପିଗଲେଣି ମହାପ୍ରଭୁ ଲିଙ୍ଗରାଜଙ୍କ ସେବାୟତ । ପରସ୍ପର ଭିତରର ବିବାଦ ପାଇଁ ୩ ଦିନ ହେଲାଣି ଖାଡା ଉପାସରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ରଖିଛନ୍ତି । ନା ନୀତିକାନ୍ତି କରୁଛନ୍ତି ନା ଭୋଗ ଲଗାଉଛନ୍ତି । ସେବାୟତଙ୍କ ଭିତରେ ବିବାଦ ଏବଂ କଳି ଯୋଗୁଁ ଉପବାସରେ ପ୍ରଭୁ ଲିଙ୍ଗରାଜ । ୩ ଦିନ ପରେ ବି ଏହାକୁ ନେଇ କିଛି ନିଷ୍କର୍ସ ବାହାରିପାରିନାହିଁ ।

ଯାହାକୁ ନେଇ, ମହାପ୍ରଭୁଙ୍କ ଉପବାସ ରହିବା ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି, ୨ ଦିନ ହେଲା ଠାକୁରଙ୍କ ନୀତିକାନ୍ତି ବନ୍ଦ କରିବା ଅତି ଦୁର୍ଭାଗ୍ୟଜନକ । ଯଦି ସେବାୟତ ନିଯୋଗଙ୍କ ସମସ୍ୟା ଅଛି ଆଲୋଚନା କରିବା ଆବଶ୍ୟକ । ଆଲୋଚନା ନକରି ମହାପ୍ରଭୁଙ୍କ ନୀତି ବନ୍ଦ କରିବା ଠିକ୍ ନୁହେଁ ।ଏନେଇ ଆଜି ବୈଠକରେ ନିଶ୍ଚିତ ନିର୍ଯାସ ବାହାରିବ । ଯଦି ତର୍ଜମା ପରେ ଆବଶ୍ୟକ ପଡେ ତାହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ସେପଟେ ଗତକାଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ ଦାୟିତ୍ବରେ ଥିବା ଭୁବନେଶ୍ବର ଉପଜିଲ୍ଲାପାଳଙ୍କ ତତ୍ବାବଧାନରେ ବୈଠକ ଡକାଯାଇଥିଲେ ମଧ୍ୟ ଏତିରେ କିଛି ବି ସମାଧାନ ହୋଇପାରିନଥିଲା । ଯାହା ପରେ ଆଜି ଆଇନ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ମନ୍ଦିରର ସେବାୟତ ଏବଂ ପ୍ରଶାସନକୁ ନେଇ ଏକ ବୈଠକ ବସିଛି । ଯେଉଁଥିରେ ଆଜି ନିର୍ଯାସ ବାହାରିବା ନେଇ ଆଶା ।

Leave A Reply

Your email address will not be published.