Latest Odisha News

BREAKING NEWS

ବଢିଲା ନୌସେନାର ଶକ୍ତି: ମୋଦି କହିଲେ, ‘ଭାରତ ବିସ୍ତାରବାଦ ନୁହେଁ ବିକାଶବାଦର ଭାବନାରେ କାମ କରେ’

ମୁମ୍ବାଇ: ଆହୁରି ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା । ଭାରତୀୟ ନୌସେନାରେ ସାମିଲ ହୋଇଛି ୩ ଯୁଦ୍ଧ ଜାହାଜ, ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଏବଂ ଆଇଏନଏସ ବାଘଶୀର ବୁଡ଼ାଜାହାଜ । ଯାହା ଭାରତୀୟ ନୌସେନାରେ ସାମିଲ ହେବା ପରେ ସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ସବୁଠୁ ବଡ କଥା ହେଉଛି ଏହି ତିନୋଟି ଯୁଦ୍ଧ ଯାହାଜ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ମୁମ୍ବାଇର ମାଜାଗାଓଁ ଡକ୍ ଶିପ୍ ବିଲଡର୍ସ ଲିମିଟେଡରେ ଏହାର ଡିଜାଇନ୍ ଓ ନିର୍ମାଣ କରାଯାଇଛି ।

ଆଇଏନ୍ଏସ୍ ସୁରତ ହେଉଛି ଏକ ଷ୍ଟିଲ୍ଥ ଗାଇଡେଡ୍ ମିସାଇଲ୍ ଡିଷ୍ଟ୍ରୋୟର । ଆଇଏନଏସ ନୀଳଗିରି ହେଉଛି ପ୍ରୋଜେକ୍ଟ ୧୭ଏର ପ୍ରଥମ ଷ୍ଟିଲ୍ଥ ଫ୍ରିଗେଟ୍ । ଆଇଏନ୍ଏସ୍ ବାଘଶୀର ହେଉଛି ଏକ ସ୍କର୍ପିନ୍ ଶ୍ରେଣୀର ବୁଡ଼ାଜାହାଜ। ସମୁଦ୍ରରେ ଏହି ତିନୋଟିର ଶକ୍ତି ବାସ୍ତବରେ ଆଶ୍ଚର୍ୟ୍ୟଜନକ ହେବ । ଯାହା ଶତ୍ରୁଙ୍କୁ ସାମ୍ନା କରିବାରେ ଆମ ସେନାଙ୍କୁ ଆହୁରି ବଳ ଯୋଗାଇବ  । ଯାହାକୁ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏନେଇ ସେନାବାହିନୀର ବୀର ଯବାନଙ୍କୁ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବେ ସାମୁଦ୍ରିକ, ସାମରିକ ଓ ଆର୍ଥିକ କ୍ଷେତ୍ରରେ ମଜବୁତ ହେଉଛି। ଭାରତ ବିସ୍ତାରବାଦ ନୁହେଁ ବିକାଶବାଦର ଭାବନାରେ କାମ କରେ । ୩ ଯୁଦ୍ଧ ଜାହାଜ ମେଡ୍ ଇନ୍ ଇଣ୍ଡିଆ, ଏହା ଅତି ଗୌରବ କଥା । ଯବାନ, ଶ୍ରମିକ ଓ କର୍ମଚାରୀଙ୍କ ପରିଶ୍ରମ ପାଇଁ ଏହି ସଫଳତା ମିଳିଛି। ବିଶ୍ଵ ଆମ ପରିବାର , ଆଉ ପରିବାରର ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଭାରତ ଏବେ ସାମୁଦ୍ରିକ , ସାମରିକ ଓ ଆର୍ଥିକ କ୍ଷେତ୍ରରେ ମଜବୁତ ହେଉଛି। ମେକ୍ ଇନ୍ ଇଣ୍ଡିଆ ସେନା ଯବାନଙ୍କ ବଳ ବଢାଉଛି। ଜଳ, ସ୍ଥଳ, ଆକାଶ, ଗଭୀର ସମୁଦ୍ର , ଅନ୍ତରୀକ୍ଷରେ ଭାରତ ନିଜକୁ ସୁରକ୍ଷିତ କରୁଛି। ୩ ସେନା ବ୍ୟତୀତ ଅନ୍ୟ ସେକ୍ଟରରେ ମଧ୍ୟ ଆମେ ଆଗକୁ ବଢୁଛୁ। ମେକ୍ ଇନ୍ ଇଣ୍ଡିଆ ପାଇଁ ଭାରତ ଅର୍ଥନୈତିକ ସ୍ଥିତି ସୁଦୃଢ ହେଉଛି ବୋଲି ସେନାଙ୍କୁ ଉଦବୋଧନ ଦେଇଛନ୍ତି ମୋଦି ।

Leave A Reply

Your email address will not be published.