Latest Odisha News

BREAKING NEWS

ପ୍ରଧାମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି : ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ, ଭଡ଼କିଲେ ଚାଷୀ ନେତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍କେଡକୁ ଅଟକାଇଥିବା ଚାଷୀଙ୍କ ବିରୋଧରେ କଡ଼ା ଆକ୍ସନ ନେଲା ପୋଲିସ। ତିନି ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଫିରୋଜପୁର ଗସ୍ତ କରୁଥିବା ବେଳେ ତାଙ୍କ କାର୍କେଡକୁ ଅଟକାଇଥିଲେ କିଛି ଚାଷୀ। ଏହି ମାମଲାରେ ଏବେ ପୋଲିସ 25 ଜଣ ଚାଷୀଙ୍କୁ ଅଭିଯୁକ୍ତ କରିବା ସହ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି । ଏନେଇ ଚାଷୀ ନେତା ସରୱନ ସିହଂ ଘୋଷଣା କରିଛନ୍ତି ଯେ ଯଦି କୌଣସି ବି କୃଷକଙ୍କୁ ପୋଲିସ ଗିରଫ କରିବାକୁ ପ୍ରୟାସ କରେ ତେବେ ଏହାକୁ ଘୋର ବିରୋଧ କରାଯିବ।

2022 ଜାନୁଆରୀ 5ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିରୋଜପୁର ଯିବାର ଥିଲା, ହେଲେ ମୋଗା ଫିରୋଜପୁର ରାସ୍ତାରେ କୃଷକ ସଙ୍ଗଠନ ପ୍ରଧାନମନ୍ତ୍ରୀଙ୍କ କାର୍କେଡକୁ ଅଟକାଇଥିଲେ। ଏହି ସମୟ ପୋଲିସ ରାସ୍ତା ଜାମ କରିବା ମାମଲାରେ ପ୍ରାଥମିକ ଭାବେ ଚାଷୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ହେଲେ ଏବେ ତିନି ବର୍ଷର ତଦନ୍ତ ପରେ ପୋଲିସ 25 ଜଣ ଚାଷୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଧାରା 307 ଅଧିନରେ ମାମଲା ରୁଜୁ କରିଛି।

ପୋଲିସ ଏହି ମାମଲା ରୁଜୁ କରିବା ପରେ ଖନୌରିରେ ସାମ୍ୱାଦିକ ସମ୍ମୀଳନି କରିଛନ୍ତି ଚାଷୀ ନେତା ସରୱନ ସିଂହ। ଏଥିରେ ସେ କହିଛନ୍ତି ଯେ ଏଫଆଇଆରରେ ଥିବା କୌଣସି ଚାଷୀଙ୍କୁ ଯଦି ପଞ୍ଜାବ ପୋଲିସ ଗିରଫ କରିବାକୁ ପ୍ରୟାସ କରନ୍ତି ତେବେ ଏହାକୁ ଖୁବ ବିରୋଧ କରାଯିବ। କେନ୍ଦ୍ର ସରକାରଙ୍କ ଚାପରେ ପଞ୍ଜାବ ସରକାର ଚାଷୀଙ୍କ ବିରୋଧରେ ଏପରି ମାମଲା ରୁଜୁ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛି ବୋଲି ସରୱନ ସିଂହ କହିଛନ୍ତି।

Comments are closed.