Latest Odisha News

୨ ମିମି. ଅଧିକ ଗଭୀର ଆଘାତ ଲାଗିଥିଲେ, ସୈଫଙ୍କୁ ହୋଇଥାନ୍ତା ପକ୍ଷାଘାତ! 

ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ଅଭିନେତାଙ୍କ ବାନ୍ଦ୍ରାସ୍ଥିତ ଘରେ ଘଟିଥିଲା। ଯାହାପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ଦୁଇଟି ଅସ୍ତ୍ରୋପଚାର କରାଯାଇଥିଲା।

ସୈଫଙ୍କ ଡାକ୍ତରଙ୍କ କହିବାନୁଯାୟୀ, ଯଦି ଛୁରୀଟି ଅଧିକ ଭିତରକୁ ପଶିଯାଇଥାନ୍ତା ତେବେ ଏହା ଅଭିନେତାଙ୍କ ପାଇଁ ଏକ ବଡ଼ ବିପଦ ହୋଇପାରିଥାନ୍ତା। ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ୬ଟି ଆକ୍ରମଣ ମଧ୍ୟରୁ ଗୋଟିଏ ମେରୁଦଣ୍ଡ ପାଖରେ ଲାଗିଥିଲା। ଯଦି ମେରୁଦଣ୍ଡ ହାଡ଼ ପାଖରେ ତଥା ୨ ମିମି. ଅଧିକ ଗଭୀର ଆଘାତ ଲାଗିଥାନ୍ତା ତେବେ ତାଙ୍କୁ ପକ୍ଷାଘାତ ହୋଇଯାଇଥାନ୍ତା। ଲୀଳାବତୀ ହସ୍ପିଟାଲର ନ୍ୟୁରୋସର୍ଜନ ଡାକ୍ତର ନୀତିନ ଡାଙ୍ଗେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ ଏଭଳି କହିଥିଲେ।

ତେବେ ସୈଫ ଅଲ୍ଲୀ ଖାନ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ବିପଦମୁକ୍ତ ଥିବା ଜଣାପଡିଛି। ଆଜି ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ସୈଫ ଆଇସିୟୁରୁ ବାହାରି ସ୍ପେଶାଲ ୱାର୍ଡକୁ ଯାଇଛନ୍ତି।

ଉଲ୍ଲେଖଯୋଗ୍ୟ, ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଛଅ ଥର ଆକ୍ରମଣ ହୋଇଥିବା ବେଳେ ଡାକ୍ତର ୨.୫ ଇଞ୍ଚର ଏକ ଧାରୁଆ ଅସ୍ତ୍ରର ଏକ ଖଣ୍ଡ ବାହାର କରିଛନ୍ତି।

Comments are closed.