ପୁରୀ: ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ଜମି ବିକ୍ରୟ ପାଇଁ ରାଜ୍ୟ ସରକାର ଏହି ସମୟସୀମାକୁ ଆଉ ୭ ଦିନ ଅର୍ଥାତ୍ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଶ୍ରୀମନ୍ଦିର ନିରାପତ୍ତା ବଳୟ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ସନ୍ନିକଟ ଅଞ୍ଚଳରେ ଅନେକ ବାସିନ୍ଦା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିକୁ ସ୍ବେଚ୍ଛାକୃତ ଭାବରେ ଗ୍ରହଣ କରିଛନ୍ତି ଏବଂ ନିରାପତ୍ତା ବଳୟ ନିମନ୍ତେ ସେମାନଙ୍କ ଜମି ପ୍ରଦାନ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ୨୦୦୯ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ ପାଇଁ ୮୦ଟି ବିକ୍ରି କବଲା କରାଯାଇଛି।
ମହାପ୍ରଭୁ ଓ ତାଙ୍କ ଶ୍ରୀମନ୍ଦିର ଓଡ଼ିଆ ଜାତିର ସବୁକିଛି। ସେ ଆମ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ। ଖୁସିର କଥା, ଜମି ଅଧିଗ୍ରହଣ ପ୍ରକ୍ରିୟାର ମାତ୍ର ୪୦ ଦିନରେ ୭୫% ଘରୋଇ ଜମି ସଂଗ୍ରହ ହୋଇସାରିଲାଣି। ଏହା ସାରା ଦେଶରେ ଜମି ଅଧିଗ୍ରହଣ କ୍ଷେତ୍ରରେ ଏକ ଅଭୂତପୂର୍ବ ସଫଳତା। ଆପଣମାନଙ୍କ ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ଶ୍ରଦ୍ଧାର ସହ ମନେ ରଖିବ।
— Naveen Patnaik (@Naveen_Odisha) December 2, 2019
ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ୭୫% ଜମି ସ୍ବେଚ୍ଛାକୃତ ଭାବରେ ବାସିନ୍ଦା ମାନେ ପ୍ରଦାନ କରିଛନ୍ତି ।
Comments are closed.