Latest Odisha News

ଏମିତି ଏକ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତେ ଅନ୍ଧ !

ଭୁବନେଶ୍ୱର: କେବେ ଏଭଳି ଅଦ୍ଭୁତ କଥା ଶୁଣିଛନ୍ତି କି? ଗୋଟିଏ ଗ୍ରାମର ପଶୁ ଠାରୁ ମଣିଷ ସଭିଏଁ ଅନ୍ଧ। ବିଶ୍ୱାସ ନହେଉଥିଲେ ମଧ୍ୟ କଥାଟି ସତ ।

ଉତ୍ତର ଆମେରିକାର ମେକ୍ସିକୋରେ ରହିଛି ଏଭଳି ଏକ ରହସ୍ୟମୟ ଗ୍ରାମ । ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେହି ଗ୍ରାମକୁ ଅନ୍ଧ ଗାଁ କହିଲେ କିଛି ଭୁଲ ହେବ ନାହିଁ। କାରଣ ସେହି ଗ୍ରାମରେ ମଣିଷ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଅନ୍ଧ। ସେଠାରେ ମଣିଷମାନେ ବାଡି ସାହାଯ୍ୟରେ ଚଳ ପ୍ରଚଳ କରୁଥିବା ବେଳେ ପକ୍ଷୀମାନେ ଉଡିପାରନ୍ତି ନାହିଁ। କାରଣ ପକ୍ଷୀମାନେ ଉଡିବା ମାତ୍ରେ ହିଁ ଗଛରେ ପିଟି ହୋଇ ତଳେ ପଡି ଯାଆନ୍ତି ।

ଅନ୍ଧ ଗାଁ ଭାବେ ଜଣାଶୁଣା ଏହି ରହସ୍ୟମୟୀ ଗ୍ରାମର ପ୍ରକୃତ ନାମ ହେଉଛି ଟିଲ୍‌ଟେପେକ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜୋପୋଟେକ ଜନଜାତିର ଲୋକେ ଏଠାରେ ବସବାସ କରନ୍ତି। ଜନ୍ମ ସମୟରେ ଶିଶୁଟି ଏକଦମ୍ ସୁସ୍ଥ ଥାଏ। କିନ୍ତୁ କିଛି ଦିନ ପରେ ତାର ଦୃଷ୍ଟିଶକ୍ତି ଚାଲିଯାଏ ଅର୍ଥାତ୍ ସେ ପୁରା ଅନ୍ଧ ହୋଇଯାଏ।

ଦୃଷ୍ଟିହୀନତାର କାରଣ ଏକ ଅଭିଶପ୍ତ ବୃକ୍ଷ ବୋଲି ଗ୍ରାମବାସୀମାନେ ବିଶ୍ବାସ କରନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏଠାରେ ଥିବା ଲାବଜୁଏଲା ନାମକ ଏକ ବୃକ୍ଷକୁ ଦେଖିବା ପରେ ମଣିଷ ଠାରୁ ଆରମ୍ଭ କରି ପଶୁ ଓ ପକ୍ଷୀ ପ୍ରାୟ ସମସ୍ତେ ଦୃଷ୍ଟିଶକ୍ତି ହରାଇ ବସନ୍ତି।

କିନ୍ତୁ ବୈଜ୍ଞାନିକ ମତ ଅନୁଯାୟୀ, ଲୋକଙ୍କ ଦୃଷ୍ଟିହୀନ ପଛର କାରଣ କୌଣସି ରହସ୍ୟମୟୀ ବୃକ୍ଷ ନୁହେଁ ବରଂ ଏକ ବିଷାକ୍ତ ପ୍ରଜାତିର ମାଛି। ଏହି ବିଷାକ୍ତ ମାଛି କାମୁଡିବା ଦ୍ବାରା ସେମାନେ ଦୃଷ୍ଟିହୀନ ହେଉଛନ୍ତି।

ସବୁଠୁ କୌତୁହଳପୂର୍ଣ୍ଣ ବିଷୟ ହେଲା, ଏହି ଗ୍ରାମରେ ୭୦ଟି ନୂଆଣିଆ ଚାଳ ଘର ରହିଛି। ପ୍ରାୟ ୩୦୦ ଲୋକ ଏଠାରେ ବସବାସ କରନ୍ତି। କିନ୍ତୁ କୌଣସି ଘରେ ଝରକା ଓ କବାଟ ନାହିଁ ।

କୁହାଯାଏ ଯେ, ସେଠାରେ କିଛି ଲୋକଙ୍କ ଦୃଷ୍ଟିଶକ୍ତି ଠିକ୍ ରହିଛି । ଯେଉଁମାନଙ୍କ ପାଇଁ ଅନ୍ୟମାନେ ସୁବିଧାରେ ଚଳନ୍ତି।

Comments are closed.