Latest Odisha News

BREAKING NEWS

ପଞ୍ଚତତ୍ତ୍ୱରେ ବିଲିନ ହେବ ଅଟଳଙ୍କ ପାର୍ଥିବ ଶରୀର: ୪ଟା ବେଳେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ : ସ୍ୱଭାବଗତ ଭାବେ ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ କବି । ତାଙ୍କର ଭାବନାରେ, ଭାଷାରେ ଓ ଶାସନରେ ରହିଥିଲା ଭାରତୀୟ ଜୀବନ ଦର୍ଶନ ଏଥିସହିତ ତାଙ୍କର ଓଜସ୍ୱିନୀ ଭାଷଣ ଓ ବକ୍ତୃତା ଶ୍ରୋତାଙ୍କ ମନକୁ ଆନ୍ଦୋଳିତ କରୁଥିଲା, ହୃଦୟକୁ ମଧ୍ୟ ଦୋହଲାଇ ଦେଉଥିଲା । ସେ ଅମର ତାଙ୍କର ପାର୍ଥିବ ଶରୀରର ଆଜି ଅନ୍ତିମ ସଂସ୍କାର ହେବ ।

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଶେଷକୃତ୍ୟ ଆଜି ଅପରାହ୍ନ ୪ଟାରେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ସଂପନ୍ନ କରାଯିବ ।

 

ଆଜି ସକାଳେ ତାଙ୍କର ପାର୍ଥିବ ଶରୀରକୁ ଦିଲ୍ଲୀସ୍ଥିତ ବାସଭବନରୁ ବିଜେପି କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଅଣାଯାଇଛି । ସେଠାରେ ଅପରାହ୍ନ ୧ଟା ଯାଏଁ ବାଜପେୟୀଙ୍କ ଶେଷଦର୍ଶନ କରାଯିବ ଓ ପରେ ପୁଣି ଆଉ ଏକ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଗାନ୍ଧୀମାର୍ଗ ସ୍ଥିତ ସ୍ମୃତିସ୍ଥଳକୁ ନିଆଯିବ ।

ପାଖାପାଖି ୪ଟା ବେଳକୁ ବାଜପେୟୀଙ୍କ ଅନ୍ତିମ ସଂସ୍କାର କରାଯିବ । ସମଗ୍ର ଦେଶବାସୀ ସେମାନଙ୍କର ପ୍ରିୟ ‘ଅଟଳ ଜୀ’ଙ୍କ ଶେଷ ଦର୍ଶନ କରିବାକୁ ବିଜେପି କାର୍ଯ୍ୟାଳୟ ସମେତ ରାସ୍ତାରେ ଭିଡ ଜମାଇରହିଛନ୍ତି । ଯେଉଁ ରାସ୍ତା ଦେଇ ବାଜପେୟୀଙ୍କ ପାର୍ଥିବ ଶରୀରର ଅନ୍ତିମ ଯାତ୍ରା କରାଯିବ, ସେହି ରାସ୍ତା ଏବେ ସମ୍ପୂର୍ଣ୍ଣ ଲୋକାରଣ୍ୟ ହୋଇଯାଇଛି ।

ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ସମସ୍ତ ନେତା ଏବଂ ବହୁ ବିଶିଷ୍ଟ ରାଜନୈତିକ ନେତାମାନେ ବାଜପେୟୀଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.